28.3 C
Bhubaneswar
Tuesday, May 13, 2025
Homeଓଡିଶାଖାଲି ପଡିଥିବା ସାଇବର ଥାନାରେ ୯୮୭ ଜଣ ନିଯୁକ୍ତି ପାଇବେ

ଖାଲି ପଡିଥିବା ସାଇବର ଥାନାରେ ୯୮୭ ଜଣ ନିଯୁକ୍ତି ପାଇବେ

ଭୁବନେଶ୍ୱର: ରାଜ୍ୟରେ ସାଇବର ଠକେଇର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏନେଇ ରାଜ୍ୟ ସରକାର  ଲୋକଙ୍କୁ ସଚେତନତା କରୁଛନ୍ତି ।  ବୃଦ୍ଧି  ପାଉଥିବା  ସାଇବର ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ  ରାଜ୍ୟ ସରକାର ଅଣ୍ଟା  ଭିଡିଛନ୍ତି ।  ଖୁବଶୀଘ୍ର ରାଜ୍ୟରେ  ୨୦ଟି ନୂଆ ସାଇବର  ଥାନା ପ୍ରତିଷ୍ଠା କରାଯିବ । ସେଥିରେ ୯୮୭ ଜଣ  ନିଯୁକ୍ତି ପାଇବେ ।  ୨୦୧୧ ମସିହାରୁ  ଗୃହ ବିଭାଗରେ ପଡିରହିଥିବା  ନୂଆ ସାଇବର ଥାନା ପ୍ରତିଷ୍ଠା  ଓ ନୂତନ ପଦବୀ ସୃଷ୍ଟି ପ୍ରସ୍ତାବକୁ ଏବେ ରାଜ୍ୟ ସରକାର  ମଞ୍ଜୁରୀ ଦେଇଛନ୍ତି । ବର୍ତ୍ତମାନ ରାଜ୍ୟରେ ୧୪ଟି ସାଇବର ଥାନା ରହିଛି । ୧୬୮ ଜଣଙ୍କୁ ନେଇ ଏହି ଥାନାଗୁଡିକ ଚାଲୁଛି । ଯାହା ସାଇବର ଠକମାନଙ୍କୁ ନିୟନ୍ତ୍ରଣ କରିବା  ପାଇଁ ଯଥେଷ୍ଟ ହେଉ ନାହିଁ ।  ସେହିଭଳି ୨୦ଟି ନୂଆ  ସାଇବର ଥାନା ପାଇଁ ୨୦ଟି ଗାଡି ହାୟର କରିବା ପାଇଁ ମଧ୍ୟ ଗୃହ ବିଭାଗ ଅନୁମୋଦନ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking