27.1 C
Bhubaneswar
Thursday, March 26, 2026
Homeଓଡିଶାଚାକିରି ନାଁରେ ୯୫ ହଜାର ଟଙ୍କା : ଚାକିରି ମାଗିବାରୁ ପଥରରେ ଛେଚି ହତ୍ୟା

ଚାକିରି ନାଁରେ ୯୫ ହଜାର ଟଙ୍କା : ଚାକିରି ମାଗିବାରୁ ପଥରରେ ଛେଚି ହତ୍ୟା

ସମ୍ବଲପୁର : ହିଙ୍ଗୁଳା ମାଇନ୍ସରେ ଚାକିରି ଦେବା ନାଁରେ ୯୫ ହଜାର ଟଙ୍କା ଠକିନେଇଥିଲେ। ଚାକିରି ମାଗିବାରୁ ସମ୍ପୃକ୍ତ ଯୁବକକୁ ଅତି ନିର୍ମମ ଭାବେ ପଥରରେ ଛେଚି ହତ୍ୟା ପରେ  ଘଟଣାର ପର୍ଦାଫାସ ହୋଇଛି।ପୁଲିସ ସୂତ୍ରରୁ ପ୍ରକାଶ ୫ ମାସ ପୂର୍ବରୁ ସମ୍ବଲପୁର ଜିଲ୍ଲା କତରଭଗା ଗ୍ରାମର ଲୋକନାଥ ମେହେରଙ୍କୁ ତାଳଚେର ହିଙ୍ଗୁଳା କୋଇଲା ଖଣିରେ ଚାକିରି କରେଇବା ନାଁରେ ବ୍ରଜରାଜନଗରର ଅଜିତ ବଢ଼େଇ   ୯୫ ହଜାର ଟଙ୍କା ଠକିନେଇଥିଲେ। ଲୋକନାଥଙ୍କ ପରିବାର ଲୋକେ ଯୋଗାଯୋଗ ହୋଇନପାରିବାରୁ ସମ୍ବଲପୁର ଥାନାରେ ନିଖୋଜ ନେଇ ଅଭିଯୋଗ କରିଥିଲେ।ପୁଲିସ ସହାୟତାରେ କଙ୍କରେଇ ନାଳ ନିକଟ ଜଙ୍ଗଲରୁ ଲୋକନାଥଙ୍କ ମୃତଦେହ ଉଦ୍ଧାର କରିଥିଲା। ଘଟଣାରେ ନିଶା ଶିଳ୍ପାଞ୍ଚଳ ପୁଲିସ ଅଜିତକୁ ଅଟକ ରଖି ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking