ଭୁବନେଶ୍ୱର : ସମଗ୍ର ରାଜ୍ୟରେ ବର୍ତ୍ତମାନ ୪,୯୮,୩୯୯ ଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ପିକୃତ ହୋଇ ସ୍ଥାପିତ ହୋଇଛି ଏବଂ ଏଥିରେ ୪୦,୬୩,୯୯୫ ସଂଖ୍ୟକ ଲୋକ କର୍ମସଂସ୍ଥାନ ପାଇଛନ୍ତି । ସେହିଭଳି ଝାରସୁଗୁଡା ଜିଲ୍ଲାରେ ୯୩୨୬ଟି ଏମଏସଏମଇ ଥିବାବେଳେ ୬୭,୦୧୩ ଜଣ ଲୋକ ଏଥିରେ କର୍ମସଂସ୍ଥାନ ପାଇପାରିଛନ୍ତି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ।
ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟରେ ୪୯,୪୫୪ ସଂଖ୍ୟକ ଏମଏସ୍ଏମଇ ରହିଥିଲା ଏବଂ ଏଥିରେ ୫,୭୬,୩୬୪ ଜଣ କର୍ମସଂସ୍ଥାନ ପାଇଥିଲେ । ୨୦୨୪ ସୁଦ୍ଧା ଏମ୍ଏସ୍ଏମ୍ଇ ସଂଖ୍ୟା ୪.୯୮ଲକ୍ଷ ଅତିକ୍ରମ କରିଥିାବବେଳେ ଏଥିରେ ୪୦.୬୩ଲକ୍ଷରୁ ଅଧିକ ବ୍ୟକ୍ତି କର୍ମସଂସ୍ଥାନ ପାଇଥିଲେ । ଚଳିତ ବର୍ଷ ଅଗଷ୍ଟ ୧୪ ତାରିଖ ସୁଦ୍ଧା ଉଦ୍ୟମ ପୋର୍ଟାଲରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୮,୭୧,୭୬୦ ଟି ଉଦ୍ୟୋଗ ପିକୃତ ହୋଇଛନ୍ତି । ଏଥି ମଧ୍ୟରେ ୮,୫୬,୧୯୩ ଟି ଅଣୁ ଉଦ୍ୟୋଗ ଥିବାବେଳେ, କ୍ଷୁଦ୍ର ଉଦ୍ୟୋଗ ସଂଖ୍ୟା ୧୪,୪୮୬ ଏବଂ ମଧ୍ୟମ ଉଦ୍ୟୋଗ ସଂଖ୍ୟା ୧୦୮୧ ରହିଥିଲା । ଝାରସୁଗୁଡା ଜିଲ୍ଲାରେ ମୋଟ୍ ୧୫,୦୪୪ ଉଦ୍ୟୋଗ ପିକୃତ ହୋଇଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।