ଭୁବନେଶ୍ୱର: ସିଏମଙ୍କ ଅଭିଯୋଗ ପ୍ରକୋଷ୍ଠରେ ପ୍ରାୟ ୯୧% ଅଭିଯୋଗର ସମାଧାନ ହୋଇଛି । ୪୮ ଟି ଅଭିଯୋଗ ନେଇ ସାଢେ ୫୩ ଲକ୍ଷର ଆର୍ଥିକ ସହାୟତା ପ୍ରଦାନ ସରିଛି । ଆଜି ୩ ଅଭିଯୋଗ ବାବଦରେ ଦେଢ ଲକ୍ଷର ସହାୟତା ପ୍ରଦାନ ହୋଇଛି । ରାଜଧାନୀରୁ ଦୂରକୁ ଯାଇ ଶୁଣାଣୀ ବ୍ୟବସ୍ଥା କରୁଛନ୍ତି ସରକାର । ଅନ୍ୟ ଜାଗାରେ ମଧ୍ୟ ଅଭିଯୋଗ ଶୁଣିବେ କହିଛନ୍ତି ମନ୍ତ୍ରୀ ବିଭୂତି ଜେନା । ସୂଚନା ଥାଉକି, ଆଜି ଭୁବନେଶ୍ୱର ୟୁନିଟ-୨, ଅଶୋକ ନଗର ସ୍ଥିତ ପୂର୍ବ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆଜି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରୁଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l ଅଭିଯୋଗ ଶୁଣାଣି ସ୍ଥଳରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ଶୃଙ୍ଖଳିତ ବ୍ୟବସ୍ଥା କରାଯାଇଥିଲା l










