24.1 C
Bhubaneswar
Wednesday, January 14, 2026
Homeଦେଶ ବିଦେଶଅସ୍ତ୍ର ଛାଡ଼ିଲେ ୯ ମହିଳା, ୧୨ ହାର୍ଡକୋର୍ ମାଓବାଦୀ

ଅସ୍ତ୍ର ଛାଡ଼ିଲେ ୯ ମହିଳା, ୧୨ ହାର୍ଡକୋର୍ ମାଓବାଦୀ

ସୂକମା: କେନ୍ଦ୍ର ସରକାରଙ୍କ ନକ୍ସଲ ବିରୋଧୀ ଅଭିଯାନକୁ ଆଉ ଏକ ବଡ଼ ସଫଳତା ମିଳିଛି। ଶୁକ୍ରବାର ଛତିଶଗଡ଼ର ସୁକମା ଜିଲ୍ଲାରେ ୯ ମହିଳା ନକ୍ସଲଙ୍କ ସମେତ ମୋଟ୍ ୨୨ଜଣ ଆତ୍ମସମର୍ପଣ କରିଛନ୍ତି। ଏହି ନକ୍ସଲଙ୍କ ମଧ୍ୟରୁ ୧୨ ହାର୍ଡକୋର୍ ନକ୍ସଲ ରହିଥିବା ବେଳେ ସେମାନଙ୍କ ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ମୋଟ୍ ୪୦ଲକ୍ଷ ୫୦ହଜାର ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ତେବେ ଏହି ୨୨ ନକ୍ସଲ ଶୁକ୍ରବାର ବରିଷ୍ଠ ପୁଲିସ ଅଧିକାରୀ ଏବଂ ସିଆର୍‌ପିଏଫ୍ ଅଧିକାରୀଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି।

ଏପରିକି ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରେ ଓଡ଼ିଶାର ନୂଆପଡ଼ା ଡିଭିଜନରେ ସକ୍ରିୟଥିବା ଏସିଏମ୍ ଏବଂ ପିଏଲ୍‌ଜିଏ ପ୍ଲାଟୁନ୍‌-୧ର କିଛି ମାଓ ଦମ୍ପତି ସାମିଲ ରହିଛନ୍ତି। ତେବେ ଆତ୍ମସମର୍ପଣ ପରେ ଏମାନଙ୍କୁ ରାଜ୍ୟ ସରକାରଙ୍କ ପୁନର୍ବାସ ଯୋଜନା ଅନ୍ତର୍ଗତ ୫୦,୦୦୦ ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯାଇଛି। ଏତଦ୍‌ବ୍ୟତୀତ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଅନ୍ୟାନ୍ୟ ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦିଆଯିବ ବୋଲି ଜିଲ୍ଲା ଏସ୍‌ପି କିରଣ ଚଭନ୍ ପ୍ରତିଶ୍ରୁତି ଦେଇଛନ୍ତି। ଏହି ନକ୍ସଲ ଗୋଷ୍ଠୀ ସୁରକ୍ଷା ବାହିନୀ ବିରୁଦ୍ଧରେ ଅନେକ ଅପରେସନ୍‌ରେ ଅଂଶଗ୍ରହଣ କରିଥିବା ସ୍ୱୀକାର କରିଛନ୍ତି। ତେବେ ଜିଲ୍ଲା ପୁଲିସ, ଡିଆର୍‌ଜି, ସିଆର୍‌ପିଏଫ୍ ଏବଂ ଏଲିଟ୍ କୋବ୍ରା ୟୁନିଟ୍‌ର ସମନ୍ୱିତ ପ୍ରୟାସ ଯୋଗୁଁ ଆଜି ଏମାନଙ୍କ ଆତ୍ମସମର୍ପଣ ସମ୍ଭବ ହୋଇପାରିଛି। ମାଓବାଦ ଚିନ୍ତାଧାରା ପ୍ରତି ବଢ଼ୁଥିବା ନିରାଶା ଏବଂ ଆଦିବାସୀ ସମ୍ପ୍ରଦାୟ ପ୍ରତି ନକ୍ସଲ ଗୋଷ୍ଠୀଙ୍କ ବ୍ୟବହାର ସଂଗଠନ ଛାଡ଼ିବାର ନିଷ୍ପତ୍ତି ନେବାର ମୁଖ୍ୟ କାରଣ ବୋଲି ଏମାନେ ଦର୍ଶାଇଛନ୍ତି।

୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶକୁ ସମ୍ପୂର୍ଣ୍ଣ ନକ୍ସଲମୁକ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର। ଏହି ଦିଗରେ ଯବାନଙ୍କ ପକ୍ଷରୁ ଅପରେସନ୍ ଚାଲିଥିବା ବେଳେ ୧୫ ମାସରେ ୩୩୪ ନକ୍ସଲ ପ୍ରାଣ ହରାଇସାରିଛନ୍ତି। ନକ୍ସଲଙ୍କୁ ମୁଖ୍ୟ ସ୍ରୋତକୁ ଫେରାଇ ଆଣିବାକୁ ସରକାରଙ୍କ ଆତ୍ମସମର୍ପଣ ନୀତି ମଧ୍ୟ ରହିଛି। କେନ୍ଦ୍ର ସରକାରଙ୍କ ଯୋଜନା ବ୍ୟତୀତ ନିଆଦ ନେଲନାର୍‌’ (ତୁମର ଭଲ ଗାଁ) ଯୋଜନା ଏବଂ ଛତିଶଗଡ଼ ସରକାରଙ୍କ ସମ୍ପ୍ରତି ସଂଶୋଧିତ ଆତ୍ମସମର୍ପଣ ଏବଂ ପୁନର୍ବାସ ନୀତିକୁ ମଧ୍ୟ ଏବେ ନକ୍ସଲମାନେ ପ୍ରଶଂସା କରିବା ସହ ଆତ୍ମସମର୍ପଣ କରୁଥିବା ଦେଖିବାକୁ ମିଳିଛି। ଏହାପୂର୍ବରୁ ମଧ୍ୟ ୬୦ରୁ ଅଧିକ ମାଓବାଦୀ ଆତ୍ମସମର୍ପଣ କରିଥିଲେ। ମାଓବାଦଙ୍କ ମଧ୍ୟରେ ଏପ୍ରକାର ମାନସିକତାର ପରିବର୍ତ୍ତନ ବସ୍ତର ଡିଭିଜନ୍‌ରେ ଏକ ବର୍ଦ୍ଧିତ ଧାରା ଅନୁସରଣ କରୁଛି, ଯେଉଁଠାରେ କେବଳ ୨୦୨୩ ମସିହାରେ ୭୯୨ ଜଣ ନକ୍ସଲ ସେମାନଙ୍କର ଅସ୍ତ୍ରଶସ୍ତ୍ର ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିଲେ। ତେବେ ନକ୍ସଲଙ୍କ ଆତ୍ମସମର୍ପଣର ଏହି ଧାରା ଜାରି ରହିବ, ଯାହା ପୂର୍ବରେ ଶାନ୍ତି ଏବଂ ବିକାଶ ଆଡକୁ ଏକ ପରିବର୍ତ୍ତନର ସଙ୍କେତ ଦେବ ବୋଲି ଅଧିକାରୀମାନେ ଆଶା କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking