କେନ୍ଦ୍ରାପଡା: ଯୌତୁକ ପାଇଁ ୯ ମାସର ଗର୍ଭବତୀ ନବବଧୂଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । କେନ୍ଦ୍ରାପଡା ରାଜନଗର ଥାନା ବାଲିଆସାହି ପାଟଣା ଗାଁରେ ଘଟିଛି ଏଭଳି ଘଟଣା । ଆଳି ଥାନା ନଳପାହି ଗାଁର ଜୈରାମ ପରିଡାଙ୍କ ଝିଅ କଲ୍ପନା ପରିଡା ବାଲିଆସାହିପାଟମା ଗାଁର ଦିପକ ଦାସଙ୍କୁ ଗତବର୍ଷ ବିବାହ କରିଥିଲେ । ପୁଅ ଘର ଇଚ୍ଛା ରେ ସବୁ ଜିନିଷ ଝିଅ ଘର ପକ୍ଷରୁ ଦେଇଥିଲେ । କିନ୍ତୁ କିଛି ଦିନ ଗଲା ପରେ ଶାଶୁ ଘର ଲୋକେ ଅଧିକ ଯୌତୁକ ପାଇଁ ଦାବି କରିବା ସହ ଝିଅକୁ ନିଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି । ଝିଅ ୯ ମାସର ଗର୍ଭବତୀ ଥିବା ବେଳେ ଗତକାଲି ଝିଅକୁ ତାର ଶାଶୁଘର ଲୋକେ ହତ୍ୟା କରିଥିବା ପରିବାର ଲୋକେ ରାଜନଗର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ରାଜନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରୁଥିବାବେଳେ ମୃତ ବହୁର ଶାଶୁଘର ଲୋକେ ଫେରାର ଅଛନ୍ତି ।