26.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶ୯ଦିନର ଅକ୍ଲାନ୍ତ ପରିଶ୍ରମ ; ବରଫ ତଳୁ ବାହାରିଲା ୩ ଯବାନଙ୍କ ମୃତଦେହ

୯ଦିନର ଅକ୍ଲାନ୍ତ ପରିଶ୍ରମ ; ବରଫ ତଳୁ ବାହାରିଲା ୩ ଯବାନଙ୍କ ମୃତଦେହ

ଶ୍ରୀନଗର: ଗତବର୍ଷ ଅକ୍ଟୋବରରେ ଲଦ୍ଦାଖରେ ୩୮ ଜଣ ଭାରତୀୟ ସୈନିକ ହିମସ୍ଖଳନରେ ଫସିଥିଲେ। ଏହି ଅଭାବନୀୟ ଘଟଣା ପରେ ସେନାର ଅଭିଯାନ ଫଳରେ ଅନେକ ସୈନିକଙ୍କୁ ଉଦ୍ଧାର କରାଯାଇଥିଲା। ସେହି ସମୟରେ ଜଣେ ଯବାନଙ୍କ ମୃତଦେହ ମିଳିଥିଲା। କିନ୍ତୁ ଅନ୍ୟ ୩ ଜଣ ନିଖୋଜ ଥିଲେ। କାରଣ ନିଖୋଜ ଯବାନମାନେ ବରଫ ତଳେ ଚାପି ହୋଇଯାଇଥିଲେ। ଏବେ ଘଟଣାକୁ ୯ ମାସ ହୋଇଛି। ନିଖୋଜ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି। ଏମାନେ ହେଲେ ହାବିଲଦାର ରୋହିତ, ହାବିଲଦାର ଠାକୁର ବାହାଦୂର ଓ ନାୟକ ଗୌତମ ରାଜବଂଶୀ। ତିନି ଯବାନଙ୍କ ମୃତଦେହ ଫରଫ ଗର୍ତ୍ତରୁ ଉଦ୍ଧାର କରାଯାଇଛି। ଏମାନଙ୍କୁ ଉଦ୍ଧାର କରାଯିବା ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ନିୟୋଜିତ ହୋଇଥିଲେ। କିନ୍ତୁ ସେହି ସମୟରେ କିଛି ସଫଳତା ମିଳି ନଥିଲା। ପାଖାପାଖି ୯ ମାସ ପରେ ଯେତେବେଳେ ପୁଣି ଥରେ ଅଭିଯାନ ଆରମ୍ଭ ହୋଇଥିଲା, ଏହା ସଫଳ ରୂପ ନେଇଥିଲା। ସେନାର ଏହି ମିଶନର ନେତୃତ୍ବ ହାଇ ଏଲ୍ଟିଡ୍ୟୁଡ ୱାରଫେୟାର ସ୍କୁଲର କମାଣ୍ଡେଣ୍ଟ ବ୍ରିଗେଡିୟର ଏସଏସ୍‌ ଶେଖାୱନ କରିଥିଲେ। ଏହି ମିଶନରେ ସାମିଲ ଥିବା ବରିଷ୍ଠ ସେନା ଅଧିକାରଙ୍କ ଅନୁସାରେ ଏହି ଅପରେଶନ ତାଙ୍କ ଜୀବନରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା। ପାଖାପାଖି ୧୮,୭୦୦ ଫୁଟ ଉଚ୍ଚରେ ୯ ଦିନ ଯାଏଁ ଲଗାତାର ଜଟିଳ ପରିସ୍ଥିତିରେ ବରଫ ଖୋଳାଯାଇଥିଲା। ପ୍ରତ୍ୟେକ ଦିନ ୧୨ ଘଣ୍ଟା କାମ ଜାରି ରହୁଥିଲା। ଅର୍ଥାତ ଟିମ୍‌ ୧୦୮ ଘଣ୍ଟା ବରଫ ଖୋଳିଥିଲେ। ଏହି କାମରେ ସଫଳ ହେବାକୁ ଶାରୀରିକ ଓ ମାନସିକ ବଳକୁ ନୟୋଜିତ କରାଯାଇଥିଲା। ଶେଷରେ ସଫଳତା ମିଳିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking