31.1 C
Bhubaneswar
Monday, July 8, 2024
Homeଓଡିଶାସାଢ଼େ ୯ କୋଟି ଟଙ୍କା ଆତ୍ମସାତ, ଅଭିଯୁକ୍ତକୁ ଗିରଫ କଲା ଇଓଡବ୍ଲ୍ୟୁ

ସାଢ଼େ ୯ କୋଟି ଟଙ୍କା ଆତ୍ମସାତ, ଅଭିଯୁକ୍ତକୁ ଗିରଫ କଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର: ୯ କୋଟି ୫୬ ଲକ୍ଷ ୭୬ ହଜାର ଠକେଇ ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅରାଧ ଶାଖା (ଇଓଡବ୍ଲ୍ୟୁ) ଛତିଶଗଡ଼ରୁ ଗିରଫ କରିବାରେ ସକ୍ଷମ ହୋଇଛି । ଗିରଫ ମୁଖ୍ୟ ଅଭିଯୁକ୍ତ ହେଲା ଛତିଶଗଡ଼ ରାଇପୁରସ୍ଥିତ ରବିଗ୍ରାମ ଅଞ୍ଚଳର ଘନଶ୍ୟାମ ଆହୁଜା ଓରଫ ରୋକି କିଙ୍ଗରାନି । ବାରିପଦା ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଜିଲ୍ଲାପରିଷଦଙ୍କ ଡିଷ୍ଟ୍ରିକ୍‍ ମିନେରାଲ ଫାଉଣ୍ଡେସନ ଟ୍ରଷ୍ଟ (ଡିଏମ୍‍ଏ୍‍) ଆକାଉଣ୍ଟରୁ ଏହି ଟଙ୍କା ଅଭିଯୁକ୍ତମାନେ ଠକେଇ କରିଥିଲେ । ଅଭିଯୁକ୍ତ ଆହୁଜାକୁ ସ୍ଥାନୀୟ ବିଳାଶପୁର ଅଦାଲତରେ ହାଜର କରିବା ପରେ ଇଓଡବ୍ଲ୍ୟୁ ରିମାଣ୍ଡରେ ଭୁବନେଶ୍ୱରକୁ ଆଣିଥିଲା । ପଚରାଉଚରା କରିବା ପରେ ବାଲେଶ୍ୱର ଓପିଆଇଡି କୋର୍ଟରେ ସୋମବାର ହାଜର କରିଥିଲା । ଜାମିନ ନାମଞ୍ଜୁର ହେବା ପରେ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏହି ମାମଲାରେ ତଦନ୍ତକାରୀ ସଂସ୍ଥା ପୂର୍ବରୁ ଅନ୍ୟ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ସେମାନେ ଏବେ ବିଚାରବିଭାଗୀୟ ହାଜତରେ ଅଛନ୍ତି । ସୂଚନାଯୋଗ୍ୟ ଯେ, ଅଭିଯୁକ୍ତମାନେ ଗତ ୪ ବର୍ଷ ହେବ ଏକ ରାକେଟ  ଚଳାଇ ଥିଲେ । ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶାରେ ଏହି ରାକେଟ ସକ୍ରିୟ ଥିଲା । ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେସନ ଟ୍ରଷ୍ଟ ନାଁରେ ବାରିପଦା ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରୁ ଠକେଇ ହୋଇଥିଲା । ଉକ୍ତ ଆକାଉଣ୍ଟ ମୟୂରଭଞ୍ଜ ଜିଲା ରିଷଦଙ୍କର ଥିଲା । ଦୁର୍ବୃତ୍ତମାନେ ୪ଟି ଚେକ୍‍ କ୍ଲୋନିଂ କରି ୯ କୋଟି ୫୬ ଲକ୍ଷ ୭୬ ହଜାର ୬୦୦ ଟଙ୍କା ପି.ଟି କନଷ୍ଟ୍ରକ୍ସନ ଆଣ୍ଡ ସପ୍ଲାୟର୍ସ ଓ ଏସ୍‍.କେ ଏଣ୍ଟରପ୍ରାଇଜସ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ । ବ୍ୟାଙ୍କ ଅ୍‍ଫ ମହାରାଷ୍ଟ୍ରରେ ପି.ଟି କନଷ୍ଟ୍ରକ୍ସନର ଆକାଉଣ୍ଟ ଥିବାବେଳେ ପଞ୍ଜାବ ଓ ସିନ୍ଦି ବ୍ୟାଙ୍କରେ ଏସ୍‍.କେ ଏଣ୍ଟରପ୍ରାଇଜସ ଆକାଉଣ୍ଟ ଥିଲା । ବ୍ୟାଙ୍କ ଅଫ୍ ଇଣ୍ଡିଆ ବାରିପଦା ମୁଖ୍ୟ ପରିଚାଳକ ସୁଜାତା କାନୁନଗୋ ମୟୂରଭଞ୍ଜର ଭଞ୍ଜପୁର ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପରେ ଉକ୍ତ କେସ୍ କୁ ଇଓଡବ୍ଲ୍ୟୁ ନିଜ ଅକ୍ତିଆରରେ ନେଇ ତଦନ୍ତ ଆରମ୍ବ କରି ଆଗୁର ୨ ଜଣଙ୍କୁ ଗିରଫ କରିବା ସହ ଘନଶ୍ୟାମ ଆହୁଜା ଗିରଫ କରି ତାଙ୍କ ଠାରୁ ବିଭିନ୍ନ ତଥ୍ୟ ହାସଲ କରିଛି । ଆଗକୁ ଏଥିଲେ ସାମିଲ ଥିବା ଅନ୍ୟମାନଙ୍କୁ ମଧ୍ୟ ଧରାଯିବାକୁ ଚେଷ୍ଟା ଜାରି ରଖିଛି ଇଓଡବ୍ଲ୍ୟୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking