ନୂଆଦିଲ୍ଲୀ : ଟ୍ରେନରେ ଯାତ୍ରା କରିବା ସମୟରେ ବେଳେ ବେଳେ ଜିନିଷପତ୍ର ଛାଡି ଦେଇ ଚାଲି ଆସନ୍ତି । ଦିଲ୍ଲୀର ମେଟ୍ରୋ ଟ୍ରେନରେ ହଜିଯାଇଥିବା ଜିନିଷ ସହ ଜଡିତ ଏକ ଖବର ସାମ୍ନାକୁ ଆସିଛି । ଟ୍ରେନରୁ ୪୦ ଲକ୍ଷରୁ ଅଧିକ ମୂଲ୍ୟର ନଗଦ ଟଙ୍କା , ୮୯ ଟି ଲାପଚଟପ , ୧୯୩ ଟି ମୋବାଇଲ ଫୋନ , ନଅଟି ମଙ୍ଗଳସୂତ୍ର ଏବଂ ଅନ୍ୟାନ୍ୟ ଜିନିଷ ସିଏସଏଫ କର୍ମଚାରୀମାନେ ସଂଗ୍ରହ କରିଥିଲେ । କିନ୍ତୁ ତଥ୍ୟ ମିଳିବା ପରେ ଜିନିଷ ପତ୍ର ସବୁ ଫେରାଇଦିଆଗଲା । କେବଳ ଏତିକି ସାମଗ୍ରୀ ମିଳିନଥିଲା , ସେମାନଙ୍କ ବ୍ୟାଗରୁ ୭୫ଟି ଗୁଳି ୭ଟି ଫାୟାରିଂ କରିବାର ସାମଗ୍ରୀ ମଧ୍ୟ ମିଳିଥିଲା । ପୋଲିସ ଏହାର ତଦନ୍ତ ଆରମ୍ଭ କରୁଛି ।