ନୂଆଦିଲ୍ଲୀ: ଭାରତରେ ହେଉଥିବା ମୋଟ ଡିଜିଟାଲ କାରବାରର ୮୫ ପ୍ରତିଶତ ୟୁପିଆଇରେ ହେଉଛି । ଦେଶରେ ପ୍ରତିମାସରେ ପ୍ରାୟ ୨୦୦୦ କୋଟି ଡିଜିଟାଲ କାରବାର ୟୁପିଆଇ ଜରିଆରେ ହେଉଛି , ଯାହାର ମୁଲ୍ୟ ୨୮ ହଜାର କୋଟି ଡଲାରରୁ ଅଧିକ । ସମାବେଶୀ, ନିରାପଦ ଏବଂ ବଡଧରଣର ଡିଜିଟାଲ ପବ୍ଲିକ ପ୍ଲାଟଫର୍ମ କ୍ଷେତ୍ରରେ ଭାରତ ଏକ ଉଦାହରଣ । ୱାସିଂଟନଠାରେ ବିଶ୍ୱବ୍ୟାଙ୍କ ଓ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ବାର୍ସିକ ବୈଠକ ଅବସରରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆୟୋଜିତ ଏକ ଆଲୋଚନା ଚକ୍ରରେ ଯୋଗଦେଇ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଏହା କହିଛନ୍ତି । ଭାରତରେ ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ ସଂପର୍କରେ ସେ ତଥ୍ୟ ରଖିବା ସହ ଅନ୍ତର୍ଜାତୀୟସ୍ତରରେ ଭାରତ ଏଥିଲାଗି ସହବନ୍ଧନ ପାଇଁ ପ୍ରସ୍ତୁତ ଥିବା ସେ କହିଛନ୍ତି ।










