31.1 C
Bhubaneswar
Wednesday, February 11, 2026
Homeଓଡିଶାବର୍ଷକେ ମରୁଛନ୍ତି ୮୧ ହାତୀ

ବର୍ଷକେ ମରୁଛନ୍ତି ୮୧ ହାତୀ

ଭୁବନେଶ୍ୱର: ରାଜ୍ୟରେ ଚିନ୍ତା ବଢ଼ାଉଛି ହାତୀ ମୃତ୍ୟୁ ସଂଖ୍ୟା । ପ୍ରତିବର୍ଷ ପାଖାପାଖି ୮୧ ହାତୀଙ୍କର ମୃତ୍ୟୁ ହେଉଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର । ବିଧାନସଭାରେ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ । ୨୦୨୪ ନଭେମ୍ବର ସୁଦ୍ଧା ରାଜ୍ୟରେ ମୋଟ ୨ହଜାର ୧୦୩ଟି ହାତୀ ଥିବା ଗଣନା କରାଯାଇଛି। ସେଥିମଧ୍ୟରୁ ମୟୂରଭଞ୍ଜରେ ସର୍ବାଧିକ ୨୯୫ଟି ହାତୀ ଥିବା ବେଳେ ଢେଙ୍କାନାଳରେ ୨୯୧, ଅନୁଗୁଳରେ ୨୫୪, କେନ୍ଦୁଝରରେ ୧୯୫, ସୁନ୍ଦରଗଡ଼ରେ ୧୭୯ ଓ ସମ୍ବଲପୁରରେ ୧୪୦ ହାତୀ ଅଛନ୍ତି। ସେହିପରି ହାତୀ ମୃତ୍ୟୁର କାରଣ ମଧ୍ୟ ଗୃହରେ ଜଣାଇଛନ୍ତି ବିଭାଗୀୟ ମନ୍ତ୍ରୀ। ଶିକାର, ବିଦ୍ୟୁତ୍ ଆଘାତ, ରେଳ ଦୁର୍ଘଟଣା, ସଡକ ଦୁର୍ଘଟଣା, ବିଭିନ୍ନ ପ୍ରକାର ରୋଗ, ଲୋକ ମାନଙ୍କର ପ୍ରତିଶୋଧ ମନୋଭାବ କଳହ, ପାହାଡରୁ ପଡି, ଦଳିହୋଇ, ବୟସାଧୁକ ଯୋଗୁଁ ହାତୀଙ୍କର ମୃତ୍ୟୁ ହେଉଥିବା କହିଛନ୍ତି ଗଣେଶ ରାମ ସିଂ ଖୁଣ୍ଟିଆ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking