29.1 C
Bhubaneswar
Sunday, September 8, 2024
Homeଓଡିଶାଉବଲ୍ ସହ ଯୋଡି ହେଲେଣି ୮୦ ହଜାର ଛାତ୍ରଛାତ୍ରୀ

ଉବଲ୍ ସହ ଯୋଡି ହେଲେଣି ୮୦ ହଜାର ଛାତ୍ରଛାତ୍ରୀ

ଭୁବନେଶ୍ବର : ଛାତ୍ରଛାତ୍ରୀ ଏବଂ ବୃତ୍ତିଧାରିଙ୍କ ପାଇଁ ଡିଜିଟାଲ୍ ପୋର୍ଟଫୋଲଓ ପ୍ରସ୍ତୁତ କରୁଥିବା ଅଗ୍ରଣୀ ଷ୍ଟାର୍ଟଅପ୍ ଅନୁଷ୍ଠାନ ‘ଉବଲ୍’ ତରଫରୁ ‘ଓ ହବ୍’ ଠାରେ ଦିନିକିଆ କ୍ୟାରିୟର୍ ସମିଟ୍ ୨୦୨୪ ଅନୁଷ୍ଠିତ ହୋଇଯାଇଚି । ଏହି ଅବସରରେ ଉବଲର ପ୍ରତିଷ୍ଠତା ତଥା ସିଇଓ ଆକାଶ ଜୟସ୍ବାଲ କହିଛନ୍ତି ଯୁକ୍ତ ଦୁଇ କିମ୍ବା ଗ୍ରାଜୁଏସନ ପରେ କିପରି ନିଜର କ୍ୟାରିୟର ଗଢିବେ ଏବଂ ଏଦିଗରେ କିପରି ସୁପରାମର୍ଶ ନେବେ ଏହାକୁ ନେଇ ଉବଲ ପକ୍ଷରୁ ଏହି ଦିନିକିଆ କ୍ୟାରିୟର ସମିଟ କାର୍ଯ୍ୟକ୍ରମ ଆୟୋଜିତ ହୋଇଚି । ବିଶେଷ କରି ଉବଲ ହେଉଛି ଏକ ପ୍ଲାଟଫର୍ମ ଏହାର ଆପକୁ ବ୍ୟବହାର କରି ନିଜ କ୍ୟାରିୟର ସମ୍ବଧୀୟ ବିବରଣୀ ପାଇବା ସହ ଏକ୍ସପର୍ଟଙ୍କ ପରାମର୍ଶ ନେଇ ପାରିବେ ବୋଲି ଶ୍ରୀ ଜୟସ୍ବାଲ୍ କହିଥିଲେ ।ବର୍ତ୍ତମାନ ଅନଲାଇନ ଜରିଆରେ ରାଜ୍ୟ ବାହାରୁ ୨୭୩କଲେଜ ଓଡିଶାରୁ ୫୬ଟି କଲେଜରୁ ମୋଟ ୮୦ହଜାର ଛାତ୍ରଛାତ୍ରୀ ଉବଲ୍ ସହ ଯୋଡି ହୋଇଥିବା ଵେକେ ୩ ହଜାର ମେଣ୍ଟର ଦୈନିକ ନିଯୁକ୍ତି ଆଶାୟିଙ୍କୁ ପରାମର୍ଶ ଦେଉଛନ୍ତି ବୋଲି ଶ୍ରୀ ଜୟସ୍ବାଲ କହିଛନ୍ତି  କାର୍ଯ୍ୟକ୍ରମ ରେ ଟାଟା କନସଲଟାନସି ସର୍ଭିସର ମୁଖ୍ୟ ଏଚ ଆର ଅବିନାଶ ସାମଲ ଯୋଗଦେଇ ପ୍ଲସ୍ ଟୁ ଓ ଗ୍ରାଜୁଏସନ ପରେ ଛାତ୍ର ଛାତ୍ରୀ ମାନେ କେଉଁ କ୍ଷେତ୍ରରେ ନିଜର କ୍ୟାରିଅର ଗଠନ କରିବେ ଏସବୁ ପ୍ରଶ୍ନ ସମସ୍ତଙ୍କ ମନରେ ଆସିଥାଏ । ଅଭିଭାବକ ମାନେ ପିଲାମାନଙ୍କ ପାଇଁ ଚିନ୍ତା ପ୍ରକଟ କରି ସମୟ ସମୟରେ କ୍ୟାରିୟର ପାଇଁ ଭୁଲ ରାସ୍ତାରେ ଯାଇଥାନ୍ତି ଫଳରେ ପିଲାମାନେ ସଠିକ କ୍ୟାରିୟର ଗଠନ ରେ ସଫଳତା ହାସଲ କରି ପାରିନଥାନ୍ତି । ଏହି ପ୍ଲାଟଫର୍ମରେ ଏକ୍ସପର୍ଟମାନେମ ଅନଲାଇନ୍ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ସଠିକ ପରାମର୍ଶ ଦେବା ସହ ନିଯୁକ୍ତି ସମ୍ବନ୍ଧିୟ ଞ୍ଜାନ ପ୍ରଦାନ କରାଯାଏ ବୋଲି ଶ୍ରୀ ସାମଲ କହିଛନ୍ତି । କାର୍ଯ୍ୟକ୍ରମରେ ଇନ୍ଷ୍ଟିଚ୍ୟୁଟ ଅଫ ଟେକନୋଲୋଜି ର ସିଇଓ ଦୁର୍ଗା ପ୍ରସାଦ ଗୌଡ଼,ବିବିଏ ପୋଗ୍ରାମ ର ଅଧ୍ୟକ୍ଷା ଡ଼. ଇଶା ମିଶ୍ର ଯୋଗ ଦେଇ ବିଭିନ୍ନ ବିଶ୍ୱ ବିଦ୍ୟାଳୟ ଓ ଇନ୍ଷ୍ଟିଚ୍ୟୁଟ ରୁ ଆସିଥିବା ଛାତ୍ର ଛାତ୍ରୀ ଙ୍କୁ କ୍ୟାରିୟର ଗଠନ ପାଇଁ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking