17.1 C
Bhubaneswar
Thursday, January 9, 2025
Homeଦେଶ ବିଦେଶ୩୦୦ ଫୁଟ ଗଭୀରରେ ଫସିଲେ ୮ ଶ୍ରମିକ : ଜଣେ ମୃତ

୩୦୦ ଫୁଟ ଗଭୀରରେ ଫସିଲେ ୮ ଶ୍ରମିକ : ଜଣେ ମୃତ

ନୂଆଦିଲ୍ଲୀ : ଆସାମର  ଡିମା ହାସାଓ  ଜିଲ୍ଲାରେ   ଏକ ବଡ ଧରଣର ଦୁର୍ଘଟଣା ଘଟିଛି ।  ୩୦୦ ଫୁଟ ଗଭୀର କୋଇଲା ଖଣିରେ ପାଣି  ଭର୍ତ୍ତି କରିବା ପରେ ସେଠାରେ ୯ ଜଣ  ଶ୍ରମିକ ଫସି ରହିଛନ୍ତି । ୯ ଜଣଙ୍କ ଶ୍ରମିକରୁ ଜଣଙ୍କର ମୃତ୍ୟୁ ହୋଇଛି ।   ଘଟଣା ସ୍ଥଳରେ ଏନଡିଆରଏଫ ଟିମ ପହଞ୍ଚି ଶ୍ରମିକ ମାନଙ୍କୁ ବଞ୍ଚାଇବା ପାଇଁ  ବ୍ୟାପକ ପରିମାଣରେ  ଉଦ୍ଧାର କାଯ୍ୟ  ଚାଲିଛି ।   ଫସି ରହିଥିବା ୮ ଜଣ ଶ୍ରମିକଙ୍କ ଉଦ୍ଧାର କାୟ୍ୟ ଜାରି ରହିଛି । ପ୍ରବଳ ବର୍ଷା ହେବା ଫଳରେ ଆସାମ- ମେଘାଳୟ ସୀମା ନିକଟ ୩୦୦ ଫୁଟ ଗଭୀରରେ ଏକ ଗର୍ତ୍ତ ସୃଷ୍ଟି ହୋଇଥିଲା । ସେଥିରେ ୯ ଜଣ ଶ୍ରମିକ ଫସିଯାଇଥିଲେ । ଏହି ପରିସ୍ଥିତିରେ  ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା  କହିଛନ୍ତି  କଷ୍ଟରେ ଫସି ରହିଥିବା ଲୋକଙ୍କୁ   ଉଦ୍ଧାର କରିବା ଏବଂ ସେମାନଙ୍କ ପରିବାରକୁ ସାହାଯ୍ୟ ପାଇଁ   ଆମେ ସମସ୍ତ ପ୍ରକାର ଉଦ୍ୟମ କରୁଛୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking