ନୂଆଦିଲ୍ଲୀ : ଆମ ଆଦମୀ ପାର୍ଟିର ୮ ଜଣ ବିଧାୟକ ଆଜି ବିଜେପିରେ ଯୋଗ ଦେଇଛନ୍ତି । ଗତକାଲି ୮ ବିଧାୟକ ଇସ୍ତଫା ଦେଇଥିଲେ । ତେବେ ଆପକୁ ଏକ ବଡ ଝଟକା ଲାଗିଛି । ଆପ୍ ବିଧାୟକ ଗରିଶ ସୋନି, ରୋହିତ ମେହ୍ରାରାଉଲିଆ, ମଦନ ଲାଲ, ରାଜେଶ ରିସି, ନରେଶ ଯାଦବ, ଭବନ ଗୌର, ପବନ କୁମାର ଶର୍ମା ଏବଂ ବିଏସ୍ ଜୁନ ଆଜି ବିଜେପିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳର ସଭ୍ୟପଦ ଗ୍ରହଣ କରିଛନ୍ତି । ଚଳିତ ନିର୍ବାଚନରେ ଆମ୍ ଆଦମୀ ପାର୍ଟି ତରଫରୁ ଏହି ୮ ବିଧାୟକଙ୍କ ଟିକେଟ କଟାଯାଇଥିଲା । ଏହାକୁ ନେଇ ସେମାନେ ଅସନ୍ତୋଷ ଥିବା ଜଣାପଡିଥିଲା । ହେଲେ ସେମାନେ ଦଳ ଛାଡିବା ନେଇ ଟିକେଟ ନମିଳିବାକୁ କାରଣ ଦର୍ଶାଇ ନାହିାଁନ୍ତି ।ସେପଟେ ଭୋଟିଂକୁ ଆଉମାତ୍ର ୪ ଦିନ ବାକି ରହିଥିବାରୁ ଏକାଥରରେ ୮ ବିଧାୟକ ଦଳ ଛାଡିବା ଦଳ ଉପରେ ପ୍ରଭାବ ପକାଇପାରେ ବୋଲି ରାଜନୈତିକ ବିଶ୍ଳେଷକମାନେ ଆକଳନ କରିଛନ୍ତି ।









