31.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶପୋଖରୀରେ ବୁଡ଼ିଗଲେ ୮ ନାବାଳିକା, ନାବାଳକ

ପୋଖରୀରେ ବୁଡ଼ିଗଲେ ୮ ନାବାଳିକା, ନାବାଳକ

ପାଟଣା : ବିହାରରେ ‘ଜୀବିତ ପୁତ୍ରିକା’ ପର୍ବ ପାଳନ ବେଳେ ଘଟିଛି ଦୁଃଖଦ ଘଟଣା। ଏହି ପର୍ବ ପାଳନ ବେଳେ ଲୋକମାନେ ପୋଖରୀରେ ଗାଧୋଉଥିବା ବେଳେ ଭିନ୍ନ ଭିନ୍ନ ଗାଁରେ ବୁଡ଼ି ସମୁଦାୟ ୮ ଜଣଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ୭ ନାବାଳିକା ଓ ଜଣେ ନାବାଳିକା ଅଛନ୍ତି। ମୃତକଙ୍କ ବୟସ ୮ ବର୍ଷରୁ ୧୮ ବର୍ଷ ମଧ୍ୟରେ ହେବ । ବିହାରରେ ଗତକାଲି ‘ଜୀବିତ ପୁତ୍ରିକା’ ପର୍ବ ପାଳିତ ହେଉଥିଲେ। ଏହି ପର୍ବ ପାଳନ କରୁଥିବା ଲୋକେ ପରିବାର ସହ ନିକଟସ୍ଥ ପୋଖରୀ, ନଦୀକୁ ଯାଇ ବୁଡ଼ ପକାଇଥିଲେ। ଏହି ସମୟରେ ଦୁଇଟି ଭିନ୍ନ ଭିନ୍ନ ଗାଁରେ ଅଘଟଣ ଘଟିଛି। ଅସାବଧାନତାବଶଃତ ଗୋଡ଼ ଖସିଯିବାରୁ ୭ ନାବାଳିକା ଓ ଜଣେ ନାବାଳକ ପୋଖରୀରେ ବୁଡ଼ି ଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ଓ ପୁଲିସ୍‌ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ। ବହୁ ଖୋଜାଖୋଜି ପରେ ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ନିଆଯାଇଥିଲା। ମାତ୍ର ଡାକ୍ତର ସମସ୍ତ ୮ ଜଣଙ୍କୁ ମୃତ ଘୋଷଣା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking