24.1 C
Bhubaneswar
Saturday, March 28, 2026
Homeଦେଶ ବିଦେଶକୂଅ ଭିତରେ ଚାଲିଗଲା ୮ଜଣଙ୍କ ଜୀବନ

କୂଅ ଭିତରେ ଚାଲିଗଲା ୮ଜଣଙ୍କ ଜୀବନ

ଭୋପାଳ:  ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାରେ ଏକ କୂଅ ଭିତରେ ସନ୍ଦେହଜନକ ବିଷାକ୍ତ ଗ୍ୟାସ୍ ହେତୁ ୮ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ଏ ସଂପର୍କରେ ସୂଚନା ଦେଇ ଅଧିକାରୀମାନେ କହିଛନ୍ତି ଯେ ସେମାନେ କୂଅକୁ ସଫା କରିବା ପାଇଁ କର୍ମଚାରୀମାନେ ଭିତରକୁ ପ୍ରବେଶ କରିଥିଲେ ଏବଂ ସେଠାରେ ଫସି ଯାଇଥିଲେ। ଆଉ କୂଅ ଭିତରୁ ବାହାରକୁ ବାହାରି ପାରିନଥିଲେ। ଏହି ଘଟଣା ଘଟିଛି ଚାଇଗାଓଁ ମାଖନ ଅଞ୍ଚଳରେ। ଖଣ୍ଡୱା କଲେକ୍ଟର ରିଷଭ ଗୁପ୍ତା ଏବଂ ଏସପି ମନୋଜ କୁମାର ରାୟ କହିଛନ୍ତି ଯେ ପୀଡିତମାନେ ‘ଗଙ୍ଗୌର’ ମହୋତ୍ସବ ପାଇଁ ପ୍ରସ୍ତୁତି ପାଇଁ କୂଅ ଭିତରକୁ ଯାଇଥିଲେ। ସେମାନେ ମୂର୍ତ୍ତି ବିସର୍ଜନ କରିବା ପୂର୍ବରୁ ଜଳାଶୟକୁ ସଫା କରିବାକୁ ଚାହୁଁଥିଲେ।

“ହେଲେ ସମସ୍ତ ଆଠ ଜଣଙ୍କର ମୃତ୍ୟୁ ସମ୍ଭବତଃ କୂଅରୁ ନିର୍ଗତ ବିଷାକ୍ତ ଗ୍ୟାସ୍ ହେତୁ ହୋଇଛି। ପରେ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି,” ବୋଲି ଅଧିକାରୀମାନେ କହିଛନ୍ତି। ରିପୋର୍ଟ ଅନୁସାରେ, ପ୍ରଥମେ କୂଅ ଭିତରକୁ ପ୍ରବେଶ କରିଥିବା ଜଣେ ଶ୍ରମିକ ବିଷାକ୍ତ ଧୂଆଁ ଯୋଗୁ ଚେତାଶୂନ୍ୟ ହୋଇଯାଇଥିଲେ। ଅନ୍ୟ ସାତ ଜଣ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ କେହି ବଞ୍ଚି ପାରି ନଥିଲେ। ସମସ୍ତ ଆଠ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାମ ରାକେଶ ପଟେଲ (୨୩), ଅନିଲ ପଟେଲ (୨୫), ଅଜୟ ପଟେଲ (୨୪), ଶରଣ ପଟେଲ (୩୫), ବାସୁଦେବ ପଟେଲ (୪୦), ଗଜାନନ ପଟେଲ (୩୫), ଅର୍ଜୁନ ପଟେଲ (୩୫) ଏବଂ ମୋହନ ପଟେଲ (୫୩) ବୋଲି ଚିହ୍ନଟ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking