18.1 C
Bhubaneswar
Wednesday, February 4, 2026
Homeଓଡିଶାଭଦ୍ରକରେ ୮ ବାଂଲାଦେଶୀ ଅଟକ

ଭଦ୍ରକରେ ୮ ବାଂଲାଦେଶୀ ଅଟକ

ଭଦ୍ରକ: ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା କଡ଼ାକଡ଼ି। ୩୪୬ ଜଣଙ୍କ ମଧ୍ୟରୁ ୩୩୮ ଜଣଙ୍କ କାଗଜପତ୍ର ଯାଞ୍ଚ କରାଯାଉଛି। ବାସୁଦେବପୁର ଥାନାରେ ୮ ଜଣ ବାଂଲାଦେଶୀ ଅଟକ ରଖାଯାଇଛି। ଜିଲ୍ଲାର ୧୯ ଥାନା ଓ ୭ଟି ଫାଣ୍ଡି ଅଂଚଳରେ ଯାଞ୍ଚ କଡ଼ାକଡ଼ି କରାଯାଇଛି। କଶିଆ, ଚୁଡାମଣୀ ଓ ଧାମରା ମେରାଇନ୍ ଥାନା ଅଂଚଳରେ ଯାଞ୍ଚ କଡ଼ାକଡ଼ି କରାଯାଇଛି। ସମସ୍ତଙ୍କ ଆଧାର କାର୍ଡ ଓ ମୋବାଇଲ ଫୋନକୁ ଯାଞ୍ଚ କରାଯାଉଛି। ସୂଚନାଯୋଗ୍ୟ, ଜଗତସିଂହପୁର ପୋଲିସ ଜିଲ୍ଲାରେ ଅବୈଧ ଭାବରେ ରହୁଥିବା ବାଂଲାଦେଶୀ ନାଗରିକଙ୍କୁ ଚିହ୍ନଟ କରିବା ପାଇଁ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବ୍ୟାପକ ଚଢାଉ କରିଥିଲା। ଅତିରିକ୍ତ ଏସପି ସତ୍ୟବ୍ରତ ଦାସଙ୍କ ନେତୃତ୍ୱରେ ଏହି ଅଭିଯାନ ତରିକୁଣ୍ଡା ହାଇସ୍କୁଲ ପଛପଟେ ଥିବା ଦରିଆପୁର ବସ୍ତିରେ କରାଯାଇଥିଲା। ଅବୈଧ ପ୍ରବାସୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପୋଲିସ ୨୧ ଜଣଙ୍କୁ ଯାଞ୍ଚ ପାଇଁ ଅଟକ ରଖି ପଚରାଉଚରା କରୁଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking