17.1 C
Bhubaneswar
Wednesday, February 11, 2026
Homeଅପରାଧବିଏସ୍‌ପି ସଭାପତିଙ୍କୁ ଛୁରି ଭୁସି ହତ୍ୟା ଘଟଣାରେ ୮ ଗିରଫ

ବିଏସ୍‌ପି ସଭାପତିଙ୍କୁ ଛୁରି ଭୁସି ହତ୍ୟା ଘଟଣାରେ ୮ ଗିରଫ

ଚେନ୍ନାଇ : ଶୁକ୍ରବାର ତାମିଲନାଡୁରେ ଘଟିଛି ନିର୍ମମ ହତ୍ୟାକାଣ୍ଡ । ବହୁଜନ ସମାଜ ପାର୍ଟି ସଭାପତି ଆର୍ମଷ୍ଟ୍ରଙ୍ଗଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ତେବେ ପୁଲିସ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଚେନ୍ନାଇ ପୁଲିସ କହିଛି, ଆମେ ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ଛାନ୍‌ଭିନ୍‌ ଆରମ୍ଭ କରିଛୁ। ଏଥି ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଏହି ଘଟଣା ସେମ୍ବିୟମ ପୁଲିସ ଥାନା ଅଧିନରେ ଘଟିଛି। ଆକ୍ରମଣର ଶିକାର ହେଲା ପରେ ଆର୍ମଷ୍ଟ୍ରଙ୍ଗଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ କହିଛି ଯେ, ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୁଲିସ ଅତର୍କିତ ଚଢ଼ାଉ କରି ଏପର୍ଯ୍ୟନ୍ତ ୮ ଜଣଙ୍କୁ ଗିରଫ କରିଛି। ଆର୍ମଷ୍ଟ୍ରଙ୍ଗଙ୍କ ହତ୍ୟା ନେଇ ଅତିରିକ୍ତ କମିସନରେଟ ପୁଲିସ (ଉତ୍ତର) ଆଶ୍ର ଗର୍ଗ କହିଛନ୍ତି, ଏହି ଘଟଣାରେ ୮ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଏହି ଘଟଣାର ସତ୍ୟାସତ୍ୟ ବାହାରକୁ ଅଣାଯିବ। ଅଭିଯୁକ୍ତମାନଙ୍କୁ ପଚରାଉଚରା ପରେ ଘଟଣାର କାରଣ ଜଣାପଡ଼ିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking