24.6 C
Bhubaneswar
Sunday, April 12, 2026
Homeଓଡିଶାବ୍ଯାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟରେ ୭୮ ତମ ସ୍ଵାଧୀନତା ଦିବସ ଓ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ...

ବ୍ଯାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟରେ ୭୮ ତମ ସ୍ଵାଧୀନତା ଦିବସ ଓ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ

ଯାଜପୁର : ଗୁରୁବାର ବ୍ଯାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟ ରେ ୭୮ତମ ସ୍ଵାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଆଜିର ଉତ୍ସବରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ହିମାଂଶୁ ଶେଖର ଦ୍ବିବେଦୀ କଲେଜ ର ଏନ୍ ସି ସି ବିଭାଗ ଦ୍ଵାରା ଆୟୋଜିତ ହୋଇଥିବା ପ୍ୟାରେଡ୍ ରେ ମୁଖ୍ଯ ଅତିଥି ଭାବେ ଅଭିବାଦନ ଗ୍ରହଣ କରିଥିଲେ। ଏନ୍ ସି ସି ବିଭାଗ ର ମୁଖ୍ୟ କ୍ଯାପ୍ଟେନ୍ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ ଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିବା ପ୍ୟାରେଡ୍ ରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଦ୍ବିବେଦୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହିତ ବିକସିତ ଭାରତ ଗଠନରେ ସମସ୍ତେ ବ୍ରତୀ ହେବାକୁ ଆହ୍ବାନ ଦେଇଥିଲେ। ଉତ୍ସବର ଆରମ୍ଭରେ କ୍ଯାପ୍ଟେନ୍ ଶ୍ରୀଯୁକ୍ତ ସ୍ଵାଇଁ ସମସ୍ତଙ୍କୁ ସ୍ବାଗତ ଜଣାଇଥିଲେ। ପ୍ୟାରେଡ୍ କମାଣ୍ଡର ସନ୍ଧ୍ୟା ରାଣୀ ତିରିଆ ଦୁଇଟି ଏନ୍ ସି ସି ପ୍ଲାଟୁନ କୁ କମାଣ୍ଡ କରି ଥିବାବେଳେ ସିଟିଓ ଡଃ ଚିରସ୍ମିତା ମିଶ୍ର ଓ ସିଟିଓ ଡଃ ଶଶିକାନ୍ତ ଲେଙ୍କା ପ୍ୟାରେଡ୍ ପରିଚାଳନା ରେ ସହଯୋଗ କରିଥିଲେ। ସ୍ବାଧୀନତା ର ଅମୃତ ମହୋତ୍ସବ ପାଳନ ଅବସରରେ ମହାବିଦ୍ୟାଳୟ ରେ ବୁଧବାର ଓ ଗୁରୁବାର ଦୁଇଦିନ ଧରି ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏନ୍ ସି ସି କ୍ୟାଡେଟ ମାନେ ଜାତୀୟ ପତାକା ଧରି ବନ୍ଦେ ମାତରମ୍ ଓ ଭାରତ ମାତାକି ଜୟ ନାରା ଦେଇ ଏକ ରାଲିରେ ବ୍ଯାସନଗର ସହର ପରିକ୍ରମା କରି ସାଧରଣ ଲୋକଙ୍କ ମନରେ ଜାତୀୟତାର ଭାବ ଉଜ୍ଜିବୀତ କରିଥିଲେ। ଉକ୍ତ ରାଲିରେ ରେ ଏକ ଶହ ରୁ ଉର୍ଦ୍ଧ୍ବ ଏନ୍ ସି ସି କ୍ୟାଡେଟ ଅଂଶ ଗ୍ରହଣ କରିଥିଲେ। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ହିମାଂଶୁ ଶେଖର ଦ୍ବିବେଦୀ ରାଲିକୁ ଉଦ୍ଘାଟନ କରିଥିବା ବେଳେ ଏହାକୁ ପରିଚାଳନା କରିଥିଲେ ଏନ୍ ସି ସି ଅଫିସର କ୍ଯାପ୍ଟେନ୍ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ,ସିଟିଓ ଡଃ ଚିରସ୍ମିତା ମିଶ୍ର ଓ ସିଟିଓ ଡଃ ଶଶିକାନ୍ତ ଲେଙ୍କା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking