ଯାଜପୁର: ଶନିବାର ବ୍ୟାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟ ରେ ୭୬ତମ ଏନ୍ ସି ସି ଦିବସ ପାଳନ ଉପଲକ୍ଷେ କ୍ଯାପ୍ଟେନ୍ ପୂର୍ଣ ଚନ୍ଦ୍ର ସ୍ଵାଇଁ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ୭ ଓଡିଶା ବାଟାଲିୟନ ର ସିଟିଓ ଶଶିକାନ୍ତ ଲେଙ୍କା, ସିନିୟର୍ ଅଣ୍ଡର ଅଫିସର ସନ୍ଧ୍ୟା ରାଣୀ ତିରିଆ ଓ ଜୁନିଅର ଅଣ୍ଡର ଅଫିସର ବିଶ୍ବଜିତ ପ୍ରଧାନ, ୧ ଓଡିଶା ବାଳିକା ବାଟାଲିୟନ ର ସିଟିଓ ଲିପ୍ସା ପ୍ରିୟଦର୍ଶିନୀ ନାୟକ, ଏସ୍ ୟୁ ଓ ଅର୍ଚ୍ଚିତା ପ୍ରିୟଦର୍ଶିନୀ ମଲ୍ଲିକ,ଜେ ୟୁ ଓ ଈଷା ମହାରଣା, ୧ ଓଡିଶା ବାଟାଲିୟନ କଟକ ର ଏସ୍ ୟୁ ଓ ବିଶ୍ୱନାଥ ଦଳାଇ ଓ ଜେ ୟୁ ଓ ନମିତା ବେହେରା ଯୋଗ ଦାନ କରି ନିଜ ନିଜର ମତ ଉପସ୍ଥାପନ କରିଥିଲେ। ନିଷ୍ପତ୍ତି ଅନୁଯାୟୀ ଏବର୍ଷ ଏନ୍ ସି ସି ଦିବସ ଉପଲକ୍ଷେ ଏକ ସପ୍ତାହ ଧରି ବିଭିନ୍ନ ସାମାଜିକ ଉନ୍ନତିମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ୧୭/୧୧/୨୦୨୪ ରୁ ୨୪/୧୧/୨୦୨୪ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ପ୍ୟାରେଡ୍ ଅଭ୍ୟାସ ସହିତ ସ୍ବଚ୍ଛ ଭାରତ ଅଭିଯାନ, ବୃକ୍ଷରୋପଣ, ସଚେତନତା ରାଲି ଓ ରକ୍ତଦାନ କାର୍ଯ୍ୟକ୍ରମ ଏବଂ ଶେଷରେ ୨୪/୧୧/୨୦୨୪ ଦିନ ଏନ୍ ସି ସି ଦିବସ ମହାସମାରୋହରେ ଅନୁଷ୍ଠିତ ହେବ ବୋଲି ସିନିୟର୍ ଏନ୍ ସି ସି ଅଫିସର କ୍ଯାପ୍ଟେନ୍ ପୂର୍ଣ ଚନ୍ଦ୍ର ସ୍ଵାଇଁ ସୂଚନା ଦେଇଛନ୍ତି।