32.1 C
Bhubaneswar
Wednesday, October 16, 2024
Homeଓଡିଶାଦଶମ ଓ ଦ୍ୱାଦଶ ପରୀକ୍ଷା ପାଇଁ ୭୫% ଉପସ୍ଥାନ ବାଧ୍ୟତାମୂଳକ ପ୍ରସଙ୍ଗ

ଦଶମ ଓ ଦ୍ୱାଦଶ ପରୀକ୍ଷା ପାଇଁ ୭୫% ଉପସ୍ଥାନ ବାଧ୍ୟତାମୂଳକ ପ୍ରସଙ୍ଗ

ଭୁବନେଶ୍ୱର: ସିବିଏସଇ କର୍ତ୍ତୃପକ୍ଷ ସବୁ ସ୍କୁଲ କୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ପିଲାମାନେ ୭୫% ଉପସ୍ଥାନ ବାଧ୍ୟତାମୂଳକ ବୋଲି ଏକ ନିର୍ଦେଶନାମା ଜାରି କରି ପ୍ରତିବର୍ଷ ଭଳି ସଚେତନ କରାଇଛନ୍ତି । ଏହି ନିୟମ ପୂର୍ବରୁ ରହିଛି । ଦିନକୁ ଦିନ ବେସରକାରୀ ସ୍କୁଲରେ ପିଲାଙ୍କ ଉପସ୍ଥାନ ଉପରେ ବିଶେଷ ଜାଲିଆତି ହେଉଛି । ହଜାର ହଜାର ପିଲା ବର୍ତ୍ତମାନ ଡମି ସ୍କୁଲ ରେ ପଢୁଛନ୍ତି । ସବୁ ସହରରେ ମାଳ ମାଳ ବେଆଇନ କୋଚିଂ ସେଣ୍ଟର ସହ ପ୍ରାଇଭେଟ ହଷ୍ଟେଲ ରେ ରହି ପିଲାମାନେ ପାଠ ପଢୁଛନ୍ତି । ସ୍କୁଲ ସମୟରେ ଦିନବେଳା ହଜାର ହଜାର ପିଲାମାନେ କୋଚିଂ ସେଣ୍ଟର ଯାଉଛନ୍ତି । କେବଳ ନାମକୁ ମାତ୍ର ଡମି ସ୍କୁଲ ରେ ଆଡ଼ମିସନ କରି କୋଚିଂ ସେଣ୍ଟର ରେ ପଢୁଛନ୍ତି । ନିଟ ଓ ଜେଇଇ ଆଦି ପରୀକ୍ଷା ରେ ଖୁବ କମ ପିଲା ସଫଳ ହେଉଥିଲେ ମଧ୍ୟ ଅଭିଭାବକ ମାନଙ୍କୁ ସ୍ୱପ୍ନ ଦେଖାଇ ବେଆଇନ ଡମି ସ୍କୁଲ ଓ କୋଚିଂ ସେଣ୍ଟର ଲୁଟି ଚାଲିଛନ୍ତ ।

ପିଲାମାନେ ଯଦି ଦିନ ବେଳେ ସ୍କୁଲ ସମୟରେ କୋଚିଂ କ୍ଲାସ କରୁଛନ୍ତି ତେବେ ସେମାନଙ୍କ ଉପସ୍ଥାନ କିଏ ପକାଉଛି ଏବଂ ସେମାନେ ସବୁ କୋଉ ସ୍କୁଲ ରେ ନାମ ଲେଖାଇ ଏଠାରେ ଆସି କୋଚିଂ କ୍ଲାସ କରୁଛନ୍ତି । ଏହାର ଧର ପଗଡି, ତଦନ୍ତ ଓ ତଦାରଖ ହେଲେ ସବୁ ସତ ସାମ୍ନାକୁ ଆସିବ । ଯେତେ ପିଲା ଏହି ସବୁ କୋଚିଂ ସେଣ୍ଟର ମାନଙ୍କରେ ପଢୁଛନ୍ତି, ସେମାନଙ୍କ ମଧ୍ୟରୁ କେତେ ପ୍ରତିଶତ ପିଲା ପ୍ରତିଯୋଗିତା ମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହେଉଛନ୍ତ । ଏହା ମଧ୍ୟ ତଦନ୍ତ ସାପେକ୍ଷ । ଭଲ ର‌୍ୟାଙ୍କ ରଖିଥିବା ସମାନ ପିଲାଙ୍କ ଫଟୋ ଏକାଧିକ କୋଚିଂ ଅନୁଷ୍ଠାନ ନିଜ ନିଜ ବିଜ୍ଞାପନରେ ଛପିଥିବା ପୂର୍ବରୁ ବହୁ ବାର ନଜରକୁ ଆସିଛ । ତେଣୁ ଗଣଶିକ୍ଷା ବିଭାଗ ଓ ସିବି ଏସ ଇ କର୍ତ୍ତୃପକ୍ଷ ଚଢ଼ାଉ କରି କାର୍ଯ୍ୟାନୁଷ୍ଠାନ ନେଲେ ଏହି ଶିକ୍ଷା ଦଲାଲଙ୍କର ଧନ୍ଦା ବନ୍ଦ ହୋଇଯିବ । ସବୁ ସ୍କୁଲର ପିଲାଙ୍କ ବାଇଓ ମେଟ୍ରିକ ଉପସ୍ଥାନ ର ଦୈନିକ ତଥ୍ୟ ଲକିଙ୍ଗ ସିଷ୍ଟମର ଡାଟା ବେଶ ଉଭୟ ଗଣଶିକ୍ଷା ବିଭାଗ ଓ ସିବିଏସଇ ର ମନିଟରିଙ୍ଗ ରେ ରହିଲେ ସବୁ ସତ ସାମ୍ନାକୁ ଆସିବ ଓ ଅଭିଭାବକ ମାନଙ୍କୁ ଲୁଟିବା ବନ୍ଦ ହୋଇଯିବ ବୋଲି ଓଡିଶା ଅଭିଭାବକ ମହାସଂଘ କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking