25.1 C
Bhubaneswar
Friday, December 19, 2025
Homeଓଡିଶାସାପ୍ତାହିକ ବଜାରରୁ ଦହିବରା ଖାଇ ୭୦ ଅସୁସ୍ଥ

ସାପ୍ତାହିକ ବଜାରରୁ ଦହିବରା ଖାଇ ୭୦ ଅସୁସ୍ଥ

ବୌଦ୍ଧ: ଗୁରୁବାର ସନ୍ଧ୍ୟାରେ ଓଡିଶାର ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନା ସୀମା ଅନ୍ତର୍ଗତ ଗବଜର ଗାଁରେ ଦହିବରା ଖାଇ ୭୦ରୁ ଅଧିକ ଗ୍ରାମବାସୀ ଅସୁସ୍ଥ ହୋଇଛନ୍ତି । ଅସୁସ୍ଥଙ୍କୁ ମନମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ଡାକ୍ତରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସୂଚନା ଅନୁଯାୟୀ, ସାପ୍ତାହିକ ହାଟରେ ଖୋଲିଥିବା ଏକ ଜଳଖିଆ ଦୋକାନୀଙ୍କ ଠାରୁ ଦହିବରା ଖାଇ ୭୦ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସେଠାରେ ଛୋଟ ବଡ ସମସ୍ତେ ଦହିବରା ଖାଆନ୍ତି । ଦହିବରା ଖାଇବା ପରେ ସେମାନେ ଅସୁସ୍ଥ ଅନୁଭବ କରିଥିଲେ । ଖବର ପାଇ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଏକ ଟିମ ଗ୍ରାମରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଥିଲେ । ଅସୁସ୍ଥଙ୍କ ସଂଖ୍ୟା ବଢୁଥିବାରୁ ମନମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆଉ ଏକ ଟିମ ଆସି ଗାଁରେ ପହଞ୍ଚିଛି । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ସମସ୍ତଙ୍କ ଅସୁସ୍ଥଙ୍କ ଉତ୍ତମ ଚିକିତ୍ସା ବ୍ୟବସ୍ଥା କରିବାକୁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବୀ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking