ଭୁବନଶ୍ୱେର: ରାଜ୍ୟରେ ବନ୍ଦ ପଡିଥିବା ୭୦ଟି ମଦ ଦୋକାନ ଖୋଲିବେ ସରକାର । ଏନେଇ ଗୃହରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉତ୍ତର ରଖିଛନ୍ତି । ବନ୍ଦ ମଦ ଦୋକାନକୁ ପୁନର୍ବାର ଖୋଲିବାକୁ ବିଭାଗ ତରଫରୁ ଅନୁମତି ମିଳିଛିା ୪ଟି ନୂଆ ଠିପିଖୋଲା ମଦ ଦୋକାନ ଓ ୩ଟି ମଦ କାରଖାନା ଖୋଲିବାକୁ ପ୍ରସ୍ତାବ ଦିଆଯାଇଛି । ବାଲେଶ୍ୱରରେ ସର୍ବାଧିକ ୧୭ଟି ମଦ ଦୋକାନ ଖୋଲିବେ ସରକାର ।










