22.1 C
Bhubaneswar
Monday, January 12, 2026
Homeଦେଶ ବିଦେଶଛତିଶଗଡ ରୁଟ୍‌ରେ ୭ ଟ୍ରେନ୍ ବାତିଲ

ଛତିଶଗଡ ରୁଟ୍‌ରେ ୭ ଟ୍ରେନ୍ ବାତିଲ

ଛତିଶଗଡ: ଛତିଶଗଡ ରୁଟ୍‌ରେ ୭ଟି ଟ୍ରେନ୍ ବାତିଲ କରାଯାଇଛି। ଏହି ଠ୍ରେନ୍ ବାତିଲ ଯୋଗୁଁ ରାୟଗଡ, କୋରବା, ବିଳାସପୁର, ଦୁର୍ଗ, ଜାଞ୍ଜଗିର-ଚମ୍ପା ଏବଂ ରାଜନନ୍ଦଗାଓଁକୁ ଯାତ୍ରା କରୁଥିବା ଯାତ୍ରୀ ପ୍ରଭାବୀତ ହୋଇପାରନ୍ତି। ରେଳ ପ୍ରଶାସନ କହିଛି ଯେ ରେଳ ବୋର୍ଡ ବିଭିନ୍ନ ଜୋନରେ ଦ୍ରୁତ ଗତିରେ ଭିତ୍ତିଭୂମି ବିକାଶ କାର୍ଯ୍ୟ କରୁଥିବାରୁ ଟ୍ରେନ ବାତିଲ କରାଯାଇଛି। ତେଣୁ, ଏପରି ସମୟରେ ଆଗୁଆ ଟିକେଟ ବୁକିଂ ଏବଂ ବିକଳ୍ପ ରୁଟ୍ ବିଷୟରେ ସଚେତନ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ବାତିଲ ହୋଇଥିବା ଟ୍ରେନଗୁଡ଼ିକର ତାଲିକା

  • ଟ୍ରେନ ନମ୍ବର ୨୨୬୪୭ କୋରବା-ଥିରୁବନନ୍ତପୁରମ (କୋଚୁଭେଲି) ଏକ୍ସପ୍ରେସ – ୨୮, ୩୧ ଜାନୁଆରୀ ଏବଂ ୪, ୭, ୧୧, ୧୪ ଫେବୃଆରୀରେ ବାତିଲ ହୋଇଛି।
  • ଟ୍ରେନ ନମ୍ବର ୨୨୬୪୮ କୋଚୁଭେଲି-କୋରବା ଏକ୍ସପ୍ରେସ – ୨୬, ୨୯ ଜାନୁଆରୀ ଏବଂ ୨, ୫, ୯, ୧୨ ଫେବୃଆରୀରେ ବାତିଲ ହୋଇଛି।
  • ଟ୍ରେନ ନମ୍ବର ୦୭୦୦୫ ସିକନ୍ଦରାବାଦ-ରକ୍ସୌଲ ଏକ୍ସପ୍ରେସ – ୨୬ ଜାନୁଆରୀ ଏବଂ ୨, ୯ ଫେବୃଆରୀରେ ବାତିଲ ହୋଇଛି।
  • ଟ୍ରେନ ନମ୍ବର ୦୭୦୦୬ ରକ୍ସୌଲ-ସିକନ୍ଦରାବାଦ ଏକ୍ସପ୍ରେସ – ୨୯ ଜାନୁଆରୀ ସହିତ ୫ ଏବଂ ୧୨ ଫେବୃଆରୀରେ ବାତିଲ ହୋଇଛି।
  • ଟ୍ରେନ ନମ୍ବର ୦୩୨୫୩ ପାଟନା-ଚାର୍ଲାପାଲି ଏକ୍ସପ୍ରେସ – ୨୬, ୨୮ ଜାନୁଆରୀ ଏବଂ ୨, ୪, ୯, ୧୧ ଫେବୃଆରୀରେ ବାତିଲ ହୋଇଛି।
  • ଟ୍ରେନ ନମ୍ବର ୦୭୨୫୫ ଚାରଲାପାଲି-ପାଟନା ଏକ୍ସପ୍ରେସ – ଜାନୁଆରୀ ୨୮, ଫେବୃଆରୀ ୪ ଏବଂ ୧୧ ତାରିଖରେ ବାତିଲ ହୋଇଛି।
  • ଟ୍ରେନ ନମ୍ବର ୦୭୨୫୬ ପାଟନା-ଚାର୍ଲାପାଲି ଏକ୍ସପ୍ରେସ – ଜାନୁଆରୀ ୩୦, ଫେବୃଆରୀ ୬ ଏବଂ ୧୩ ତାରିଖରେ ବାତିଲ ହୋଇଛି।

ଟ୍ରେନ ନମ୍ବର ୧୨୨୫୧ ଯଶବନ୍ତପୁର-କୋରବା ଏକ୍ସପ୍ରେସ ଜାନୁଆରୀ ୨୭, ଫେବୃଆରୀ ୩, ୧୦ ଏବଂ ୧୩ ତାରିଖରେ ଯଶବନ୍ତପୁର ଦେଇ ଏକ ପରିବର୍ତ୍ତନିତ ରୁଟ୍ ଦେଇ ଚାଲିବ। ଏହା କାଚେଗୁଡ଼ା-ନିଜାମାବାଦ ଜଙ୍କସନ୍-ମୁଦଖେଡ଼ ଜଙ୍କସନ୍-ପିମ୍ପଲ ଖୁଟି-ନାଗପୁର-ଦୁର୍ଗ-ବିଳାସପୁର ଦେଇ ସିକନ୍ଦରାବାଦରେ ପହଞ୍ଚିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking