ଭୁବନେଶ୍ୱର: ରାଜ୍ୟରେ ବିଦ୍ୟୁତ ବିଲ ବାକି ପଡିଛି ପ୍ରାୟ ୭ ହଜାର କୋଟି ଟଙ୍କା । ରାମଚନ୍ଦ୍ର କାଡାମଙ୍କ ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେ ଉତ୍ତର ରଖି କହିଛନ୍ତି, ମୋଟ ୬ ହଜାର ୯୫୬ କଟି ୯୩ ଲକ୍ଷ ଟଙ୍କା ବିଦ୍ୟୁତ ବିଲ ବାକି ପଡିଛି । ସାଧାରଣ ଗ୍ରାହକଙ୍କ ଉପରେ ୬ ହଜାର ୫୫୮ କଟି ଟଙ୍କା ବିଲ ବାକି ହଇଛି । ଶିଳ୍ପ ଓ ବାଣିଜ୍ୟ ଗ୍ରାହକଙ୍କ ଉପରେ ୩୯୮ କୋଟି ୯୩ ଲକ୍ଷ ଟଙ୍କା ବକେୟା ହୋଇଛି । ସ୍ୱାଭାବିକ ଚାଲିଛି ବିଧାନସଭା ପ୍ରଶ୍ନକାଳ । ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଷଷ୍ଠ ଦିନ । ବିଧାୟକ, ବିଧାୟିକାଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭିନ୍ନ ବିଭାଗର ମନ୍ତ୍ରୀ ।ଅନ୍ୟପଟେ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ମୁହାଁମୁହିଁ ହୋଇପାରନ୍ତି ଶାସକ ଏବଂ ବିରୋଧୀ । ଧାନ ମଣ୍ଡି ସମସ୍ୟା ନେଇ ମୁଲତବୀ ପ୍ରସ୍ତାବ ଦେଇପାରେ ମୁଖ୍ୟ ବିରୋଧୀ ବିଜେଡି । ସେପଟେ ଶକ୍ତି, କୃଷି ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ରହିଛି ପ୍ରଶ୍ନକାଳ ।










