ନୂଆଦିଲ୍ଲୀ:ଜମ୍ମୁକାଶ୍ମୀର ସାମ୍ନାରେ ୭ ଆତଙ୍କୀ ସଫା । ବିଏସଏଫ ଯବାନଙ୍କ ଏନକାଉଣ୍ଟର ଜବାବରେ ୭ ଆତଙ୍କବାଦୀ ନିହତ ହୋଇଛନ୍ତି । ସୀମାରେ ଅନୁପ୍ରବେଶ ବେଳେ ନିହତ ହୋଇଛନ୍ତି ୭ ଆତଙ୍କୀ । ଅନ୍ୟପଟେ ନିଜ ବନ୍ଧୁ ରାଷ୍ଟ୍ରଙ୍କୁ ଋଣ ମାଗିଲାଣି ପାକିସ୍ତାନ । ବିଶ୍ୱ ଆଗରେ ଋଣ ପାଇଁ ଗୁହାରି କଲାଣି ପାକିସ୍ତାନ । ଭାରତ ସହ ଲଢି ଏବେ ନିଜ ମୃତ୍ୟୁକୁ ନିଜେ ନିମନ୍ତ୍ରଣ ଦେଇଛି ପାକିସ୍ତାନ । ଭାରତର ଅପରେସନ ସିନ୍ଦୂର ପରେ ତ୍ରାହିତ୍ରାହି ଡାକୁଛି ପାକିସ୍ତାନ । ଭାରତ ଉପରେ ପାଲଟା ଆକ୍ରମଣ କରିବାକୁ ଉଦ୍ୟମ କରି ପାଣି ପିଉଛି । ଗୁରୁବାର ରାତିରେ ସୀମା ନିକଟବର୍ତ୍ତୀ ଅଞ୍ଚଳର ବିଭିନ୍ନ ସ୍ଥାନରେ ଆକ୍ରମଣ କରିବାକୁ ଉଦ୍ୟମ କରି ପାନେ ପାଇଛି ପାକିସ୍ତାନ । ଭାରତର ପ୍ରଚଣ୍ଡ ଆକ୍ରମଣରେ ଥରହର ପାକିସ୍ତାନ । ଇସାଲାମାବାଦ, ଲାହୋର, ରାୱଲପଣ୍ଡ, ପେଶାୱର ସମେତ ୧୦ରୁ ଅଧିକ ସହର ଛାରଖାର ହୋଇଛି । ପାକିସ୍ତାନ ପଟୁ ସୀମା ନିକଟରେ ଜମ୍ମୁ-କାଶ୍ମୀର, ରାଜସ୍ଥାନ ଏବଂ ପଞ୍ଜାବର ଏକାଧିକ ସ୍ଥାନକୁ ଟାର୍ଗେଟ କରି ବହୁସଂଖ୍ୟାରେ ରକେଟ, ଡେଆନ ଏବଂ ଗୋଳା ବର୍ଷା ହୋଇଥିଲା ।