ପାଟଣା : ବିହାରର ପଶ୍ଚିମ ଚମ୍ପରାନରେ ସନ୍ଦେହ ଜନକ ପରିସ୍ଥିତିରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ବିଷାକ୍ତ ମଦ ପିଇ ଏହି ମୃତ୍ୟୁ ଘଟିଥିବା ଦାବି ହୋଇଛି । ମୃତ୍ୟୁ ର କାରଣ କଣ ଏଯାଏଁ ସ୍ପଷ୍ଟ ହୋଇନିି । ଏହି ଘଟଣାର ତଦନ୍ତ ପାଇଁ ପୋଲିସ ସ୍ୱତନ୍ତ୍ର ଟିମ ଗଠନ କରିଛି । ଗତ ୪ ଦିନ ମଧ୍ୟରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ବିଷାକ୍ତ ମଦ ପିଇ ଏହି ମୃତ୍ୟୁ ଘଟିଥିବା ନେଇ ଲୋକ ଦାବି କରିଛନ୍ତି । ପୋଲିସ କହିବା ଅନୁସାରେ ମୃତ୍ୟୁର କାରଣ ମଦ୍ୟପାନ ପାଇଁ ନୁହେଁ ବୋଲି କହିଛି । ଏଥିପାଇଁ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇଛି । ମୃତକଙ୍କ ସମ୍ପର୍କୀୟଙ୍କ କହିବା ଅନୁସାରେ ବିଷାକ୍ତ ମଦ ପିଇ ସେମାନଙ୍କ ମୃତ୍ୟୁ ହୋଇଛି ବୋଲି କହିଛନ୍ତି ।