33.1 C
Bhubaneswar
Monday, February 23, 2026
Homeଓଡିଶାବେକରେ ଭୁଜାଲି ଲଗାଇ ୭୦ ଲକ୍ଷ ଲୁଟ

ବେକରେ ଭୁଜାଲି ଲଗାଇ ୭୦ ଲକ୍ଷ ଲୁଟ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଉମରକୋଟ ସହର ନିକଟସ୍ଥ ଚିକଲପଦ ଗ୍ରାମପଞ୍ଚାୟତର କଚନିଆମ୍ବ ଗ୍ରାମଠାରେ ଗତକାଲି ରାତି ଏକ ବଡ ଧରଣର ଡକାୟତି ହୋଇଛି । ଘର ମାଲିକଙ୍କ ବେକରେ ଭୁଜାଲି ଲଗାଇ ୭୦ ଲକ୍ଷ ଟଙ୍କାରୁ ଅଧିକ ନଗଦ ଓ ୧୦ ଲକ୍ଷ ଟଙ୍କାର ଅଧିକ ସୁନା ଗହଣା ଚୋରି ହୋଇଯାଇଛି । ଯାହାକି ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଘର ମାଲିକ ଅମୂଲ୍ୟ ଜେନାଙ୍କ କହିବା ହେଲା ରାତି ପ୍ରାୟ ସାଢ଼େ ୧ଟା ସମୟରେ  ଘର କବାଟ ଭାଙ୍ଗି ପ୍ରଥମେ ପ୍ରଥମେ ୪ ଜଣ ପ୍ରବେଶ କରିଥିଲେ। ଡକାୟତମାନଙ୍କୁ ଦେଖି ଅମୂଲ୍ୟ ପାଟି କରିବାରୁ ଅନ୍ୟ ୨ ଡକାୟତ ଘର ଭିତରେ ପ୍ରବେଶ କରି ଅମୂଲ୍ୟଙ୍କ ପାଟିକୁ ଏକ ଟାୱାଲରେ ଓ ହାତ ଗୋଡ଼କୁ ଶାଢ଼ିରେ ବ।ନ୍ଧି ଦେଇଥିଲେ । ଡକାୟତମାନେ ଅମୂଲ୍ୟଙ୍କ ବେକରେ ଭୁଜାଲି ରଖି ଆଲମିରା ଚାବି ମାଗିଥିଲେ।  ଘଟଣା ସମ୍ପର୍କରେ ଆଖ ପାଖ ଅଂଚଳରେ ଥିବା ସମ୍ପର୍କୀୟଙ୍କୁ କହିବା ପରେ ପୁଲିସକୁ ଖବର ଦେଇଥିଲେ।ଖବର ପାଇ ଉମରକୋଟ ପୁଲିସ ଉପଖଣ୍ଡ ଅଧିକାରୀ ଶୁଭେନ୍ଦୁ ଶବର ଓ ପୁଲିସ ସବ ଇନ୍ସପେକ୍ଟର ଅକ୍ଷୟ ମିଶ୍ର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଥିଲେ। ନବରଙ୍ଗପୁରରୁ ଅନୁସନ୍ଧନୀ କୁକୁର ଓ ସାଇଣ୍ଟଫିକ ଟିମ୍ ଆସିବାର ସମ୍ଭାବନା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking