26.8 C
Bhubaneswar
Saturday, April 26, 2025
Homeଓଡିଶା୭୩ତମ ସର୍ବଭାରତୀୟ ପୋଲିସ୍ ହକି ଚାମ୍ପିୟନସିପ୍‌-୨୦୨୫ର ଦ୍ୱିତୀୟ ଦିନରେ ୭ଟି ମ୍ୟାଚ୍ ଅନୁଷ୍ଠିତ

୭୩ତମ ସର୍ବଭାରତୀୟ ପୋଲିସ୍ ହକି ଚାମ୍ପିୟନସିପ୍‌-୨୦୨୫ର ଦ୍ୱିତୀୟ ଦିନରେ ୭ଟି ମ୍ୟାଚ୍ ଅନୁଷ୍ଠିତ

ଭୁବନେଶ୍ୱର: ଆଜି ପ୍ରଥମ ମ୍ୟାଚ୍ ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ର ପୋଲିସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ପୋଲିସ ଦଳକୁ ୯-୦ ଗୋଲ ବ୍ୟବଧାନରେ ପରାସ୍ତ କରିଥିଲା। ଦ୍ୱିତୀୟ ମ୍ୟାଚ୍ କର୍ଣ୍ଣାଟକ ଓ ଗୁଜରାଟ ପୋଲିସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍ ରେ କର୍ଣ୍ଣାଟକ, ଗୁଜରାଟ ପୋଲିସ ଦଳକୁ ୨୦-୧ ଗୋଲ ବ୍ୟବଧାନରେ ପରାସ୍ତ କରିଥିଲା। ସେହିପରି ତେଲେଙ୍ଗାନା ଓ କେରଳ ପୋଲିସ ମଧ୍ୟରେ ତୃତୀୟ ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ତେଲେଙ୍ଗାନା, କେରଳ ପୋଲିସ ଦଳକୁ ୯ -୧ ଗୋଲ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଛି। ଚତୁର୍ଥ ମ୍ୟାଚ୍ ସିଆରପିଏଫ ଓ ପୁଡୁଚେରୀ ପୋଲିସ ମଧ୍ୟରେ ଖେଳାଯାଇଥିଲା। ଏହିମ୍ୟାଚ୍‌ରେ ସିଆରପିଏଫ ପୋଲିସ ପଡୁଚେରୀ ପୋଲିସ ଦଳକୁ ୨୧-୧ ଗୋଲ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଛି।

ପଞ୍ଚମ ମ୍ୟାଚ୍ ତାମିଲନାଡୁ ଓ ଉତ୍ତରପ୍ରଦେଶ ପ୍ରଦେଶ ମହିଳା ପୋଲିସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଉତ୍ତରପ୍ରଦେଶ ପ୍ରଦେଶ ମହିଳା ପୋଲିସ ତାମିଲନାଡୁ ମହିଳା ପୋଲିସ ଦଳକୁ ୬-୧ ଗୋଲ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଛି। ସେହିପରି ପଞ୍ଜାବ ଓ ମଧ୍ୟ ପ୍ରଦେଶ ମଧ୍ୟରେ ଷଷ୍ଠ ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ପଞ୍ଜାବ, ମଧ୍ୟ ପ୍ରଦେଶ ପୋଲିସ ଦଳକୁ ୭ -୧ ଗୋଲ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଛି। ସପ୍ତମ ମ୍ୟାଚ୍ ଏସଏସବି ଓ ହରିୟାଣା ପୋଲିସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଏସଏସବି ପୋଲିସ ହରିୟାଣା ପୋଲିସ ଦଳକୁ ୧୮-୦ ଗୋଲ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଛି। କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ, ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ, (ଆଧୁନିକୀକରଣ) ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ,ଏସସିଆରବି, ନିର୍ଦ୍ଦେଶକ, ଡ଼ଃ. ସନ୍ତୋଷ ବାଲା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ, (ରେଳବାଇ ଓ ଉପକୂଳ ସୁରକ୍ଷା ବିଭାଗ) ଶ୍ରୀ ଅରୁଣ ବୋଥ୍ରା,ଆୟୋଜନ କମିଟିର ଉପାଧ୍ୟାକ୍ଷ ଶ୍ରୀ ଦୟାଲ ଗଙ୍ଗୱାର, ଆଇଜି( ତାଲିମ) ତଥା ଆୟୋଜନ କମିଟିର ସମ୍ପାଦକ ଶ୍ରୀ ଅନୁପ କୁମାର ସାହୁ, ଆଇଜି (ଅପରେସନ), ଡ଼ଃ. ଦୀପକ କୁମାର, ଆଇଜି (ସଶସ୍ତ୍ର), ଶ୍ରୀ ଅବିନାଶ କୁମାର ଏବଂ ଖୋର୍ଦ୍ଧା ଏସପି ସାଗରିକା ନାଥ ପ୍ରମୁଖ ବିଭିନ୍ନ ମ୍‌ଯାଚ ଗୁଡିକରେ ଅତିଥି ଭାବେ ଅଂଶ ଗ୍ରହଣ କରି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking