ଭୁବନେଶ୍ୱର: ୭ ଲକ୍ଷ ଭୂତ ହିତାଧିକାରୀଙ୍କ ନାଁରେ ଲୁଟ ହେଉଥିଲା ରାସନ । ଲକ୍ଷାଧିକ ଅଯୋଗ୍ୟ ବି ହାତେଇ ଥିଲେ ରାସନ କାର୍ଡ । ନୂଆ ସରକାର ଇ- କେୱାଇସି ପ୍ରକ୍ରିୟା କରିବା ପରେ ସାମ୍ନାକୁ ଆସିଛି ଏହି ତଥ୍ୟ । ବିଧାନସଭାରେ ଯୋଗାଣ ମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି । ଗତ ୨ ବର୍ଷରେ ୩୪ ହଜାର ୯୩୯ ଅଯୋଗ୍ୟ ରାସନ କାର୍ଡଧାରୀଙ୍କ କାର୍ଡ ରଦ୍ଦ ହେବ । ୭ ଲକ୍ଷ ୭୫ ହଜାର ୬୪ ଜଣ ମୃତକଙ୍କୁ ରାସନ କାର୍ଡରୁ ବାଦ ଦିଆଯାଇଛି ।










