31.1 C
Bhubaneswar
Monday, March 30, 2026
Homeଓଡିଶା୨୭ ତାରିଖ ସକାଳୁ ମୁଣ୍ଡଳିରେ ପହଞ୍ଚିବ ୭ ଲକ୍ଷ କ୍ୟୁସେକ ବନ୍ୟାଜଳ

୨୭ ତାରିଖ ସକାଳୁ ମୁଣ୍ଡଳିରେ ପହଞ୍ଚିବ ୭ ଲକ୍ଷ କ୍ୟୁସେକ ବନ୍ୟାଜଳ

ଭୁବନେଶ୍ୱର: ମହାନଦୀରେ ବନ୍ୟା । ୨୭ ତାରିଖ ସକାଳୁ ମୁଣ୍ଡଳିରେ ପହଞ୍ଚିବ ୭ ଲକ୍ଷ କ୍ୟୁସେକ ବନ୍ୟାଜଳ,ଫୁଳିବ ଶାଖାନଦୀ । ୨୭ ତାରିଖ ସକାଳୁ ୭ ଲକ୍ଷ କ୍ୟୁସେକ ବନ୍ୟାଜଳ ମୁଣ୍ଡଳିରେ ପ୍ରବାହିତ ହେବ । ମୁଣ୍ଡଳିରେ ଯଦି ବର୍ଷା ହୁଏ ପାଣି ଅଧିକ ଆସିବ । ଏବେ ୧ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଏହାର ପ୍ରଭାବରେ ଶାଖାନଦୀ କୁଆଖାଇ, ବିରୂପା, କାଠଯୋଡ଼ି, ଦେବୀ ନଦୀରେ ଜଳସ୍ତର ବୃଦ୍ଧି ପାଇବ । ଏଣୁ ବନ୍ୟା ଆଶଙ୍କା ଜାରି କରିଛି ଜଳ ସମ୍ପଦ ବିଭାଗ । ସମ୍ଭାବ୍ୟ ବନ୍ୟା ନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ସୂଚନା ଦିଆଯାଇଛି । କ୍ଷେତ୍ର ଅଧିକାରୀମାନଙ୍କୁ ସତର୍କ କରାଯାଇଛି । କୌଣସି ପରିସ୍ଥିତିକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ଅଛୁ । ବନ୍ଧବାଡ଼ର ତଦାରଖ ହେଉଛି । ଭୟଭୀତ ହେବାର ଆବଶ୍ୟକତା ନାହିଁ । ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହୋଇଛି । ୬୪ଟି ବ୍ଲକରେ ୫୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି । ୧୧ ଟି ସ୍ଥାନରେ ଶହେ ମିଲିମିଟର ବର୍ଷା ହୋଇଛି । ସମ୍ବଲପୁରରେ ସବୁଠାରୁ ଅଧିକ ବର୍ଷା ହୋଇଛି । ହୀରାକୁଦ ଉପରମୁଣ୍ଡରେ ୪୧ ମିଲିମିଟର ବର୍ଷା ହୋଇଥିବାବେଳେ ଏବେବି ବର୍ଷା ଜାରି ରହିଛି । ୩ ଲକ୍ଷ୨୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି ହୀରାକୁଦ ଜଳଭଣ୍ଡାରକୁ । ୧୬ଟି ଗେଟରେ ଜଳ ନିଷ୍କାସନ ହେଉଛି । ଫଳରେ ୩ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking