23.1 C
Bhubaneswar
Tuesday, February 17, 2026
Homeଦେଶ ବିଦେଶପଶ୍ଚିମବଙ୍ଗର ୭ ନିର୍ବାଚନ ଅଧିକାରୀ ନିଲମ୍ବିତ

ପଶ୍ଚିମବଙ୍ଗର ୭ ନିର୍ବାଚନ ଅଧିକାରୀ ନିଲମ୍ବିତ

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନ ପଶ୍ଚିମବଙ୍ଗର ୭ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ଏହି ଅଧିକାରୀଙ୍କ ବିରୁଦ୍ଧରେ ଏସ୍‌ଆଇଆର୍ ପ୍ରକ୍ରିୟା ସମୟରେ ଗୁରୁତର ଅବହେଳା, କର୍ତ୍ତବ୍ୟରେ ଅବହେଳା ଏବଂ କ୍ଷମତାର ଅପବ୍ୟବହାର କରିଥିବା ଭଳି ସଂଗୀନ ଅଭିଯୋଗ ହୋଇଥିଲା। ତେବେ ଏନେଇ ସାମାନ୍ୟତମ ପ୍ରମାଣ ମିଳିବା ପରେ ନିର୍ବାଚନ କମିଶନ ଏହି ୭ ଅଧିକାରୀଙ୍କୁ ତୁରନ୍ତ ପ୍ରଭାବୀ ଢ଼ଙ୍ଗରେ କାର୍ଯ୍ୟରୁ ନିଲମ୍ବିତ କରିଥିଲେ। ଏତଦ୍‌ବ୍ୟତୀତ ନିର୍ବାଚନ ଆୟୋଗ, ଼ଙ୍ଗପଶ୍ଚିମବଙ୍ଗର ମୁଖ୍ୟ ସଚିବଙ୍କୁ ମଧ୍ୟ ନିଲମ୍ବିତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏସମ୍ପର୍କରେ ସୂଚନା ଦେଇ ନିର୍ବାଚନ କମିଶନ କହିଛନ୍ତି ଯେ ଭୋଟର ତାଲିକା କାର୍ଯ୍ୟ ଅତ୍ୟନ୍ତ ସମ୍ବେଦନଶୀଳ। ଯେକୌଣସି ଅବହେଳା କିମ୍ବା କ୍ଷମତାର ଅପବ୍ୟବହାରକୁ ବରଦାସ୍ତ କରାଯିବ ନାହିଁ। ଭବିଷ୍ୟତରେ ଏପରି ଅବହେଳା ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନିଲମ୍ବିତ ଅଧିକାରୀମାନେ ହେଲେ ମୁର୍ଶିଦାବାଦ ଜିଲାର କୃଷି ବିଭାଗରେ କାର୍ଯ୍ୟରତ ଥିବା ସହାୟକ ନିର୍ଦ୍ଦେଶକ ଡକ୍ଟର ସେଫୌର ରହମାନ, ରାଜସ୍ୱ ଅଧିକାରୀ ନୀତିଶ ଦାସ, ମହିଳା ବିକାଶ ଅଧିକାରୀ ଡାଲିଆ ରାୟ ଚୌଧୁରୀ, ସହାୟକ କୃଷି ନିର୍ଦ୍ଦେଶକ ସ୍କଟ୍‌.ମୁର୍ଶିଦ ଆଲମ, ବିଡ଼ିଓ ସତ୍ୟଜିତ ଦାସ, ଏଫ୍‌ଇଓ ଜୟଦୀପ କୁଣ୍ଡୁ, ବିଡ଼ିଓ ଦେବାଶିଷ ବିଶ୍ୱାସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking