ପୁରୀ: ଶ୍ରୀମନ୍ଦିରରେ ଗରମ ଡାଲି ପଡି ୭ ଭକ୍ତ ଆହତ ହୋଇଥିବା ଖବର ଆସିଛି । ଭୋଗ ମଣ୍ଡପ ଉଠିବା ପରେ ବୋଝିଆ ଅସାବଧାନତାରୁ ଅଘଟଣ ଘଟିଛି । ବୋଝିଆ ଗରମ ଡାଲି ନେଲା ବେଳେ ୭ ଭକ୍ତଙ୍କ ଉପରେ ପଡିଲା । ଗରମ ଡାଲି ପଡିଥିବା ସବୁ ଭକ୍ତ ନୟାଗଡର ବୋଲି ସୂଚନା ମିଳିଛି । ଆହତ ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ଅନୁଭବ କରିବାରୁ ମେଡିକାଲରୁ ଛାଡି ଦିଆଯାଇଛି ।