23.1 C
Bhubaneswar
Monday, February 2, 2026
Homeଓଡିଶା୬୮ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ବ୍ୟାଡମିଣ୍ଟନ ଓ ହ୍ୟାଣ୍ଡବଲ ପ୍ରତିଯୋଗିତା ଉଦଯାପିତ

୬୮ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ବ୍ୟାଡମିଣ୍ଟନ ଓ ହ୍ୟାଣ୍ଡବଲ ପ୍ରତିଯୋଗିତା ଉଦଯାପିତ

ଯାଜପୁର : ଶନିବାର ଯାଜପୁର ଇନଡୋର ଷ୍ଟାଡିୟମ୍ ଠାରେ ଓଡିଶା ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ବ୍ୟାଡମିଣ୍ଟନ ଓ ହ୍ୟାଣ୍ଡବଲ (୧୪ ବର୍ଷ ରୁ ୧୭ ବର୍ଷ ବାଳକ ଓ ବାଳିକା ମାନଙ୍କର ପ୍ରତିଯୋଗିତା) ୨୦୨୪ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ ବଳ ସାମନ୍ତ, ସମବାୟ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ, ଓଡ଼ିଶା ଯୋଗ ଦେଇଥିଲେ। ପ୍ରାରମ୍ଭରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କ ଦ୍ବାରା ମା’ ବିରଜାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ବଳନ କରିଥିଲେ।ମାନ୍ୟବର ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଲେ ଯେ କ୍ରୀଡା ଜୀବନରେ ଆଣେ ଏକ ଶୃଙ୍ଖଳା, ଦଳ ଭିତରେ ସଂଘବଦ୍ଧ ଭାବରେ ବଞ୍ଚିବାର କଳା ଶିଖାଏ ପୁଣି ଦଳୀୟ ନେତୃତ୍ୱ ନେବାର ଅନ୍ତର୍ନିହିତ ପ୍ରତିଭା କୁ ବିକଶିତ କରେ ଏହି କ୍ରୀଡା। କେବଳ ପାଠ ପଢା ନୁହଁ ଶରୀର ଓ ମନର ସାମଗ୍ରିକ ବିକାଶ କରାଏ ଏହି କ୍ରୀଡା। ଏକ ସୁସ୍ଥ ଶରୀର ଗଠନ କରିବାର କ୍ରୀଡା ର ମହତ୍ତ୍ଵ ସର୍ବାଧିକ। ପିଲାମାନେ ଦେଶର ଭବିଷ୍ୟତ ପିଲାମାନଙ୍କୁ ମୋର ପରାମର୍ଶ ହକି ର ସେହି କାଳଜୟୀ ତାରକା ମେଜର ଧ୍ୟାନଚାନ୍ଦ ପରି ନିଷ୍ଠାପର ଓ ଉଦ୍ୟମ କରନ୍ତୁ। ଉଦ୍ୟମ ଜାରି ରହିଲେ ଜୀବନରେ ସଫଳତାର ସ୍ଵାଦ ପାଇପାରିବେ। ଏହି ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଓ ହ୍ୟାଣ୍ଡବଲ ପ୍ରତିଯୋଗୀତାରେ ବିଜେତା ହେଇଥିବା ପିଲାମାନଙ୍କୁ ମାନଙ୍କୁ ମୋର ସ୍ଵାଗତ ଓ ପରାଜିତ ପିଲାମାନଙ୍କୁ ମୋର ସମ୍ବର୍ଦ୍ଧନା। ଏହି ପ୍ରତିଯୋଗିତାରେ ବିଜେତା ପ୍ରତିଯୋଗୀଙ୍କୁ ମୋର ପରାମର୍ଶ ଯେ ସେମାନେ ଆନ୍ତର୍ଜାତିକ ସ୍ତରରେ ଓଡିଶାର ସୁନାମ ରଖିବା ପାଇଁ ଚେଷ୍ଟା କରନ୍ତୁ। ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀ କହିଲେ ଯେ କ୍ରୀଡା କେବଳ ଜଣେ ଚମ୍ପିୟାନ ସୃଷ୍ଟି କରିବା ପାଇଁ ନୁହେଁ ବରଂ କ୍ରୀଡା ଜଣେ ପିଲାର ସାମୁହିକ ବିକାଶ କରେ। କ୍ରୀଡା ମଣିଷକୁ ସୁସ୍ଥ ରଖେ। ଜୀବନର ଲକ୍ଷ୍ୟ ସବୁବେଳେ ସମାନ ରଖିଲେ ଲକ୍ଷ୍ୟ ପାଇବାକୁ ପ୍ରଚେଷ୍ଟା କଲେ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବେ। ଏହି ଉତ୍ସବରେ ଅନ୍ୟତମ ସମ୍ମାନିତ ଅତିଥିଭାବେ ଯାଜପୁର ର ବିଧାୟିକା ଶ୍ରୀମତୀ ସୁଜାତା ସାହୁ ଯୋଗଦେଇ କହିଲେ ଯେ ଯାଜପୁର ରେ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଓ ହ୍ୟାଣ୍ଡବଲ୍ ପ୍ରତିଯୋଗିତା ପାଳନ ହୋଇ ସୁଚାର ରୂପେ ସମାପ୍ତ ହୋଇଥିବାରୁ ଆୟୋଜକ ମଣ୍ଡଳୀକୁ ଅଶେଷ ଅଶେଷ ଧନ୍ୟବାଦ୍ ଓ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ ଯେ ଯାଜପୁର ରୁ ନେଇଥିବା ଅଭିଜ୍ଞତାକୁ ନିଜ ଜିଲ୍ଲା, ନିଜ ପରିବାର ଓ ସହକର୍ମୀଙ୍କ ସହ ବାଣ୍ଟିବାକୁ କହିଥିଲେ। ଏହିଭଳି ପ୍ରତିଯୋଗିତା ଆୟୋଜନ କରାଗଲେ ପିଲାମାନଙ୍କ ଭିତରେ ଥିବା ଲୁକ୍କାୟିତ ପ୍ରତିଭାର ବିକାଶ ହୋଇପାରିବ।
ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ୧୪ ବର୍ଷରୁ କମ ବାଳକ ବର୍ଗରେ ଚାମ୍ପିଅନ ବଲାଙ୍ଗୀର ଜିଲ୍ଲା ହୋଇଥିଲାବେଳେ ଢେ଼ଙ୍କାନାଳ ଜିଲ୍ଲା ରନରସ୍ ଅପ, ୧୪ ବର୍ଷରୁ କମ ବାଳିକା ବର୍ଗରେ କଟକ ଚାମ୍ପିଅନ ଓ ଢେ଼ଙ୍କାନାଳ ରନରସ୍ ଅପ, ୧୭ ବର୍ଷରୁ କମ ବାଳକ ବର୍ଗରେ ଭୁବନେଶ୍ୱର ଚାମ୍ପିଅନ ଓ ବଲାଙ୍ଗୀର ରନରସ୍ ଅପ, ୧୭ ବର୍ଷରୁ ବାଳିକା ବର୍ଗରେ ମୟୂରଭଞ୍ଜ ଚାମ୍ପିଅନ ଓ ରାୟଗଡ଼ା ରନରସ୍ ଅପ ହୋଇଛନ୍ତି। ହ୍ୟାଣ୍ଡବଲ ପ୍ରତିଯୋଗିତାରେ ୧୪ ବର୍ଷରୁ କମ ବାଳକ ବର୍ଗରେ ଯାଜପୁର ଚାମ୍ପିଅନ ଓ ସମ୍ବଲପୁର ରନରସ୍ ଅପ, ୧୪ ବର୍ଷରୁ କମ ବାଳିକା ବର୍ଗରେ ଯାଜପୁର ଚାମ୍ପିଅନ ଓ ପୁରୀ ରନରସ୍ ଅପ, ୧୭ ବର୍ଷରୁ କମ ବାଳକ ବର୍ଗରେ ଯାଜପୁର ଚାମ୍ପିଅନ ଓ ପୁରୀ ରନରସ୍ ଅପ, ୧୭ ବର୍ଷରୁ କମ ବାଳିକା ବର୍ଗରେ ଭୁବନେଶ୍ୱର ଚାମ୍ପିଅନ ଓ ଗଞ୍ଜାମ ରନରସ୍ ଅପ ହୋଇଛନ୍ତି।
ଆଜିର ଏହି ଉଦଯାପନି ଉତ୍ସବରେ ଅତିରିକ୍ତ ନିର୍ଦ୍ଦେଶକ ଶାରୀରିକ ଶିକ୍ଷା ଜ୍ୟୋତି ପ୍ରକାଶ ପରିଡା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବକୃଷ୍ଣ ଜେନା, ପୌରାଧ୍ୟକ୍ଷା ଶ୍ରୀମତୀ ରଞ୍ଜୁଲତା ହୋତା, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଫକିର ମୋହନ ଟୁଡୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାଜେଶ କୁମାର ସ୍ବାଇଁ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ଶମ୍ଭୁନାଥ ଦାସ, ଓ ପ୍ରଧାନ ଶିକ୍ଷକ ଜିଲ୍ଲା ସ୍କୁଲ ଶ୍ରୀ ଆଲୋକ କୁମାର ବନ୍ଧ ମଞ୍ଚାସୀନ ଥିଲେ। ଏହି ସମସ୍ତ ଆୟୋଜନକୁ ଜିଲ୍ଲା ଶିକ୍ଷା ବିଭାଗ ଓ ଜିଲ୍ଲା ସ୍କୁଲ ର ବରିଷ୍ଠ ଶିକ୍ଷକ ଜୟୀରୁଦ୍ଦିନ୍ ଖାଁ ପ୍ରମୁଖ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ସଞ୍ଚାଳନ କରିଥିଲେ। ପରିଶେଷରେ ପ୍ରଧାନ ଶିକ୍ଷକ, ଜିଲ୍ଲା ସ୍କୁଲ ଆଲୋକ ବନ୍ଧ ଧନ୍ୟବାଦ୍ ଅର୍ପଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking