31.1 C
Bhubaneswar
Saturday, March 21, 2026
Homeଦେଶ ବିଦେଶ୨ୟ ପର୍ଯ୍ୟାୟରେ ୬୮ଜଣଙ୍କୁ ‘ପଦ୍ମ’ ସମ୍ମାନ: ୩ଙ୍କୁ ପଦ୍ମବିଭୂଷଣ, ୯ଙ୍କୁ ପଦ୍ମଭୂଷଣ ଓ ୫୬ଜଣଙ୍କୁ ପଦ୍ମଶ୍ରୀ

୨ୟ ପର୍ଯ୍ୟାୟରେ ୬୮ଜଣଙ୍କୁ ‘ପଦ୍ମ’ ସମ୍ମାନ: ୩ଙ୍କୁ ପଦ୍ମବିଭୂଷଣ, ୯ଙ୍କୁ ପଦ୍ମଭୂଷଣ ଓ ୫୬ଜଣଙ୍କୁ ପଦ୍ମଶ୍ରୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ପଦ୍ମ ପୁରସ୍କାର-୨୦୨୫ର ଦ୍ୱିତୀୟ ପର୍ଯ୍ୟାୟ ବିଜେତାମାନଙ୍କୁ ସମ୍ମାନିତ କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ କଳା, ସାମାଜିକ କାର୍ଯ୍ୟ ଏବଂ ସଙ୍ଗୀତ କ୍ଷେତ୍ରରେ ଅବଦାନ ପାଇଁ ୬୮ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଛି। ସମ୍ମାନ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ଅନ୍ୟାନ୍ୟ କ୍ୟାବିନେଟ୍ ମନ୍ତ୍ରୀ ଏବଂ ପ୍ରମୁଖ ନେତାମାନେ ଉପସ୍ଥିତ ଥିଲେ।

ପ୍ରତିବର୍ଷ ଗଣତନ୍ତ୍ର ଦିବସ (ଜାନୁଆରୀ ୨୬)ରେ ପଦ୍ମ ପୁରସ୍କାର ଘୋଷଣା କରାଯାଏ। ଚଳିତ ବର୍ଷ ଜାନୁଆରୀରେ ରାଷ୍ଟ୍ରପତି ୧୩୯ଟି ପଦ୍ମ ପୁରସ୍କାରକୁ ଅନୁମୋଦନ କରିଥିଲେ, ଯେଉଁଥିରେ ୭ଟି ପଦ୍ମ ବିଭୂଷଣ, ୧୯ଟି ପଦ୍ମ ଭୂଷଣ ଏବଂ ୧୧୩ଟି ପଦ୍ମଶ୍ରୀ ପୁରସ୍କାର ଅନ୍ତର୍ଭୁକ୍ତ ରହିଛି। ତେବେ ପ୍ରଥମ ପର୍ଯ୍ୟାୟରେ ୪ଜଣଙ୍କୁ ପଦ୍ମ ବିଭୂଷଣ, ୧୦ଜଣଙ୍କୁ ପଦ୍ମ ଭୂଷଣ ଏବଂ ୫୭ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ସହ ମୋଟ୍ ୭୧ଜଣଙ୍କୁ ସମ୍ମାନିତ କରାଯାଇଥିଲା। ସମ୍ମାନଗ୍ରହଣକାରୀଙ୍କ ମଧ୍ୟରେ କିଛି ମରଣୋତ୍ତର ଭାବେ ଏହି ସମ୍ମାନ ଲାଭ କରିଥିଲେ। ତେବେ ବାକି ୬୮ ଜଣଙ୍କୁ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ପୁରସ୍କାର ପ୍ରଦାନ କରାଯାଇଛି। ଏହି ୬୮ଜଣଙ୍କ ମଧ୍ୟରେ ୩ଜଣଙ୍କୁ ପଦ୍ମବିଭୂଷଣ, ୯ଜଣଙ୍କୁ ପଦ୍ମଭୂଷଣ ଏବଂ ୫୬ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି।

ସମ୍ମାନିତ ବ୍ୟକ୍ତିଙ୍କ ମଧ୍ୟରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ପୂର୍ବତନ ପ୍ରଧାନ ବିଚାରପତି ଜଗଦୀଶ ସିଂ ଖେହର ଏବଂ କୁମୁଦନୀ ରଜନୀକାନ୍ତ ଲାଖିଆ ପଦ୍ମ ବିଭୂଷଣରେ ସମ୍ମାନିତ ହୋଇଛନ୍ତି। ପଦ୍ମ ଭୂଷଣ ପ୍ରଦାନ ସମ୍ମାନରେ ସମ୍ମାନିତ ବ୍ୟକ୍ତିଙ୍କ ମଧ୍ୟରେ ଜତିନ ଗୋସ୍ୱାମୀ, କୈଳାଶ ନାଥ ଦୀକ୍ଷିତ ଏବଂ ସାଧ୍ୱୀ ଋତମ୍ଭରା। ପ୍ରସିଦ୍ଧ ଅର୍ଥନୀତିଜ୍ଞ ବିବେକ ଦେବରଏଙ୍କୁ ମରଣୋତ୍ତର ଭାବେ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ସମ୍ମାନିତ କରାଯାଇଛି। ପଦ୍ମଶ୍ରୀ ପୁରସ୍କାର ପାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ମନ୍ଦା କ୍ରିଷ୍ଣା ମାଦିଗା, ଡ. ନୀରଜା ଭଟଲା, ସନ୍ଥ ରାମ ଦେଶୱାଲ ଏବଂ ସୟେଦ ଆଇନୁଲ ହାସନ ଅଛନ୍ତି। କଳା, ସାମାଜିକ କାର୍ଯ୍ୟ, ବିଜ୍ଞାନ ଏବଂ ଇଞ୍ଜିନିଯ଼ରିଂ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡା ଏବଂ ନାଗରିକ ସେବା ସମେତ ବିଭିନ୍ନ ବିଭାଗ ଓ କ୍ଷେତ୍ରରେ ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ମଧ୍ୟରୁ ଅନ୍ୟତମ ପଦ୍ମ ପୁରସ୍କାର, ତିନୋଟି ବର୍ଗରେ ଯଥା ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ପ୍ରଦାନ କରାଯାଇଥାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking