ନୂଆଦିଲ୍ଲୀ: ନକ୍ସଲ ସଂଗଠନକୁ ବଡ଼ ଝଟକା। ଏକ ସାଙ୍ଗରେ ୬୦ଜଣ ମାଓବାଦୀ କଲେ ଆତ୍ମସମର୍ପଣ। ଆରମ୍ଭ ହେଲା ମାଓବାଦୀଙ୍କ ଅସ୍ତ୍ର ତ୍ୟାଗ ପ୍ରକ୍ରିୟା । ସିସି ମେମ୍ବର ମଲ୍ଲାଜୁଲା ବେଣୁଗୋପାଳଙ୍କ ସମେତ ୬୦ ମାଓବାଦୀ ଆତ୍ମସମର୍ପଣ କରିଥିବା ଜଣାଯାଇଛି । ବେଣୁଗୋପାଳ ଓରଫ ସୋନୁ ଦାଦା ଓରଫ ଭୂପତି ଓରଫ ଅଭୟ । ଏଭଳି ଭିନ୍ନ ଭିନ୍ନ ନାମରେ ପରିଚିତ ଥିଲା ବେଣୁଗୋପାଳ। ତାଙ୍କ ନାମରେ ୧କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ମିଳିଥିବା ସୂଚନା ମୁତାବକ, ୬୦ଜଣ ମାଓବାଦୀ ଗଡ଼ଚିରୌଲି ପୁଲିସ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। ୫୦ଟି ଅସ୍ତ୍ରଶସ୍ତ୍ର ସହ ସେମାନେ ଆତ୍ମସମର୍ପଣ କରିଥିବା ଜଣାଯାଇଛି। ଆତ୍ମସମର୍ପଣ ପୂର୍ବରୁ ସୋନୁ ଦାଦା ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିବୁ ବୋଲି ପ୍ରେସ ବିଜ୍ଞପ୍ତି ଜାରି କରିଥିଲେ।










