20.1 C
Bhubaneswar
Wednesday, January 15, 2025
Homeଦେଶ ବିଦେଶନିପା ମୃତକଙ୍କ ସଂସ୍ପର୍ଶରେ ଆସିଥିବା ୬ ଜଣ ସଂକ୍ରମିତ ଚିହ୍ନଟ

ନିପା ମୃତକଙ୍କ ସଂସ୍ପର୍ଶରେ ଆସିଥିବା ୬ ଜଣ ସଂକ୍ରମିତ ଚିହ୍ନଟ

କୋଝିକୋଡେ:  ଦିନକ ପୂର୍ବେ ଏଠାରେ ନିପା ଭୂତାଣୁ ସଂକ୍ରମିତ ହୋଇପଡିଥିବା ଜଣେ ୧୪ ବର୍ଷୀୟ ନାବାଳକର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ସମଗ୍ର କେରଳ ରାଜ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଆଜି ଆଉ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ ନାବାଳକଙ୍କ ସହ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୬ଜଣ ଏବେ ନିପା ସଂକ୍ରମିତ ହୋଇପଡିଥିବା ଜାଣିବାକୁ ମିଳିଛି ।  ସେହିପରି ଅନ୍ୟ ୧୩ ଜଣଙ୍କ ସ୍ୱାସ୍ଥ୍ୟ ରିପୋର୍ଟକୁ ଏବେ ଅପେକ୍ଷା କରାଯାଇଛି । ସେମାନେ ମଧ୍ୟ ମୃତକଙ୍କ ସଂସ୍ପର୍ଶରେ ଆସିଥିଲେ । ରାଜ୍ୟରେ ଏବେ ନିପା ଭୁତାଣୁ ସଂକ୍ରମଣଜନିତ ପରିସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଗର୍ଗ କହିଛନ୍ତି ଯେ,  ବର୍ତ୍ତମାନ ସୁଦ୍ଧା ମୃତକଙ୍କ ସଂସ୍ପର୍ଶରେ ଆସିଥିବା ୩୫୦ ଜଣଙ୍କ ତାଲିକା ପ୍ରସ୍ତୁତ କରାଯାଇଛି । ସେମାନଙ୍କ ମଧ୍ୟରୁ ୧୦୧ ଜଣ ବିପଦପୂର୍ଣ୍ଣ ତାଲିକାରେ ରହିଛନ୍ତି । ଏଥିରେ ୬୮ ଜଣ ସ୍ୱାସ୍ଥ୍ୟ ସେବା କର୍ମଚାରୀ ମଧ୍ୟ ଅଛନ୍ତି । ଏପରିକି ନାବାଳକ ଯାତ୍ରା କରିଥିବା ବସ୍ ମଧ୍ୟ ଚିହ୍ନଟ କରାଯାଇ ଯାତ୍ରୀଙ୍କ ନମୂନା ପରୀକ୍ଷା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking