19.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶମେଘାଳୟରେ ୬ ଲକ୍ଷ ଲୋକଙ୍କ ‘ଆଧାର’ ନାହିଁ

ମେଘାଳୟରେ ୬ ଲକ୍ଷ ଲୋକଙ୍କ ‘ଆଧାର’ ନାହିଁ

ଶିଲଂ: ଭାରତର ଉତ୍ତର-ପୂର୍ବ ରାଜ୍ୟ ମେଘାଳୟରେ ବାସ କରୁଥିବା ପ୍ରାୟ ୬ ଲକ୍ଷ ଲୋକଙ୍କର ଆଧାରକାର୍ଡ ନଥିବା ଜଣାପଡିଛି। ଫଳରେ ଏହି ଲୋକମାନେ ସରକାରୀ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ଇଷ୍ଟ ଖାସି ହିଲ୍‌ସ ଓ ୱେଷ୍ଟ ଗାରୋ ହିଲ୍‌ସ ଭଳି ଦୁଇଟି ଜିଲ୍ଲାରେ ୩.୨୭ ଲକ୍ଷ ଲୋକ ଏପର୍ଯ୍ୟନ୍ତ ଆଧାର କାର୍ଡ କରିପାରିନାହାନ୍ତି। ଏହି ଦୁଇଟି ଜିଲ୍ଲାରେ ଯଥାକ୍ରମେ ୭୫ ଓ ୮୩ ପ୍ରତିଶତ ଲୋକଙ୍କର ଆଧାର କାର୍ଡ କରାଯାଇଛି। ସୂଚନାଯୋଗ୍ୟ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ବାୟୋମେଟ୍ରିକ ବ୍ୟବସ୍ଥା ଏବଂ ବୟସ୍କଙ୍କ ଆଧାର କାର୍ଡ ଯାଞ୍ଚ ବ୍ୟବସ୍ଥା ପ୍ରସଙ୍ଗରେ ମେଘାଳୟ ସରକାରଙ୍କୁ ଦୁଇଟି ପୁରସ୍କାର ମିଳିସାରିଛି।

ରାଜ୍ୟର କେତେକ ଅଞ୍ଚଳ ଅତ୍ୟନ୍ତ ଦୁର୍ଗମ ହୋଇଥିବାରୁ ସେଠାକୁ ଯାଇ ଲୋକଙ୍କର ଆଧାର କାର୍ଡ ପ୍ରସ୍ତୁତ କରିିବା ନିହାତି କଷ୍ଟକର ହୋଇପଡୁଛି ବୋଲି ରାଜ୍ୟ ସରକାରଙ୍କ ନୋଡାଲ ଅଫିସର କହିଛନ୍ତି। ତେବେ ମେଘାଳୟ ସରକାର ଆଧାର ଡାଟାବେସ୍‌ରେ ପଞ୍ଜିକୃତ ହୋଇପାରିନଥିବା ଲୋକଙ୍କୁ ସରକାରଙ୍କ ବିକାଶ ଏବଂ କଲ୍ୟାଣକାରୀ ଯୋଜନାର ଲାଭ ପାଇବା ପାଇଁ ନିରନ୍ତର ଭାବରେ କାର୍ଯ୍ୟ କରୁଥିବା ଅଧିକାରୀ କହିଛନ୍ତି। ଆଧାର ନମ୍ବର ପାଇଁ ନିଜକୁ ପଞ୍ଜିକରଣ କରିବା ପ୍ରତି ଲୋକଙ୍କ ମଧ୍ୟରେ ଉଦାସୀନତା ରହିଛି। ତଥାପି ନୋଡାଲ୍ ଅଧିକାରୀମାନେ ୫ ବର୍ଷରୁ କମ୍ ବୟସର ୩୭,୦୦୦ରୁ ଅଧିକ ପିଲାଙ୍କ ପଞ୍ଜୀକରଣ ସମାପ୍ତ କରିସାରିଛନ୍ତି। ଏସବୁ ଅଞ୍ଚଳରେ ୫ ରୁ ୧୮ ବର୍ଷ ବୟସର ୬.୯୩ ଲକ୍ଷରୁ ଅଧିକ ପିଲା ଅଛନ୍ତି। ସେହିପରି ୧୮ ବର୍ଷରୁ ଅଧିକ ବୟସର ୨୦.୬୭ ଲକ୍ଷରୁ ଅଧିକ ହିତାଧିକାରୀ ଆଧାର ଡାଟାବେସ୍ ଅଧୀନରେ ପଞ୍ଜିକୃତ ହୋଇସାରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking