28.1 C
Bhubaneswar
Saturday, October 5, 2024
Homeଖେଳଜାତୀୟ ହକି କ୍ୟାମ୍ପ୍‌ରେ ୬ ଓଡ଼ିଆ

ଜାତୀୟ ହକି କ୍ୟାମ୍ପ୍‌ରେ ୬ ଓଡ଼ିଆ

ବେଙ୍ଗାଲୁରୁ:  ଜର୍ମାନୀ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଘରୋଇ ସିରିଜ୍ ପାଇଁ ହକି ଇଣ୍ଡିଆ ସିନିୟର ପୁରୁଷ ଜାତୀୟ କୋଚିଂ କ୍ୟାମ୍ପ୍ ପାଇଁ ୪୦ ଜଣିଆ କୋର୍ ଗ୍ରୁପ୍ ଘୋଷଣା କରିଛି । ଏହି କ୍ୟାମ୍ପ୍ ବେଙ୍ଗାଲୁରୁ ସାଇ ସେଣ୍ଟର୍‌ରେ ଅକ୍ଟୋବର ୧ରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାପରେ ଭାରତ ଓ ଜର୍ମାନୀ ମଧ୍ୟରେ ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ନାସ୍‌ନାଲ୍ ଷ୍ଟାଡିୟମ୍‌ରେ ଅକ୍ଟୋବର ୨୩ରୁ ୨୪ ତାରିଖ ପର୍ଯ୍ୟନ୍ତ ଏହି ସିରିଜ୍ ଖେଳାଯିବ । ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ କ୍ରଗାତ ଦ୍ୱିତୀୟ ଅଲିମ୍ପିକ୍ ବ୍ରୋଞ୍ଜ୍ ପଦକ ଜିତିବା ଏବଂ ହିରୋ ଏସିଆନ୍ ଚାମ୍ପିଅନ୍‌ସ ଟ୍ରଫିରେ ଟାଇଟଲ୍ ଡିଫେଣ୍ଡ କରିବା ପରେ ଟିମ୍‌ର ଏହା ପ୍ରଥମ କ୍ୟାମ୍ପ୍ । ଏହି କ୍ୟାମ୍ପ୍ ପାଇଁ ୬ଜଣ ଓଡ଼ିଆ ଖେଳାଳିଙ୍କୁ ମନୋନୀତ କରାଯାଇଛି । ସେମାନେ ହେଲେ ଡିଫେଣ୍ଡର ଅମିତ ରୋହିଦାସ, ଅମନଦୀପ୍ ଲାକ୍ରା, ନୀଲମ ସଞ୍ଜୀବ ଖେସ୍‌, ଦୀପ୍‌ସାନ୍ ତିର୍କୀ, ଫରୱାର୍ଡ୍ ସୁଦୀପ୍ ଚିରମାକୋ ଏବଂ ଶିଳାନନ୍ଦ ଲାକ୍ରା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking