31.1 C
Bhubaneswar
Thursday, July 4, 2024
Homeଖେଳଆଇସିସି ଶ୍ରେଷ୍ଠ ଏକାଦଶରେ ୬ ଭାରତୀୟ ଖେଳାଳୀ

ଆଇସିସି ଶ୍ରେଷ୍ଠ ଏକାଦଶରେ ୬ ଭାରତୀୟ ଖେଳାଳୀ

ନୂଆଦିଲ୍ଲୀ:  ସଦ୍ୟ ସମାପ୍ତ ଟି-୨୦ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟରେ ପରଫର୍ମାନ୍ସ ଆଧାରରେ ଆଇସିସି (ଇଣ୍ଟରନ୍ୟାସନାଲ କ୍ରିକେଟ୍ କାଉନ୍‌ସିଲ) ପକ୍ଷରୁ ଆଜି ‘ଟିମ୍ ଅଫ୍ ଦି ଟୁୂର୍ଣ୍ଣାମେଣ୍ଟ’ ଘୋଷଣା କରାଯାଇଛି । ଏଥିରେ ପୂରା ଟୁର୍ଣ୍ଣାମେଣ୍ଟରେ ଭଲ ଖେଳ ପ୍ରଦର୍ଶନ କରିଥିବା ଶ୍ରେଷ୍ଠ ୧୧ ଖେଳାଳୀଙ୍କୁ ଆଇସିସି ସ୍ଥାନିତ କରିଛି । ତେବେ ଭାରତ ପାଇଁ ସବୁଠୁ ବଡ଼କଥା ହେଉଛି ଆଇସିସିର ଏହି ଶ୍ରେଷ୍ଠ ଏକାଦଶ ଟିମ୍‌ରେ ୬ ଭାରତୀୟ କ୍ରିକେଟର ସ୍ଥାନ ପାଇଛନ୍ତି । ରିପୋର୍ଟ ଅନୁସାରେ ଏହି ୬ ଭାରତୀୟ କ୍ରିକେଟରଙ୍କ ମଧ୍ୟରେ ରୋହିତ୍ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ଜସପ୍ରୀତ ବୁମ୍‌ରା, ସୂର୍ଯ୍ୟକୁମାର ଯାଦବ ଏବଂ ଅର୍ଶଦୀପ ସିଂହ ପ୍ରମୁଖ ସାମିଲ ରହିଛନ୍ତି । ତେବେ ଆଶ୍ଚର୍ଯ୍ୟର ବିଷୟ ଅନ୍ତର୍ଜାତୀୟ କ୍ରିକେଟ୍‌ର ପ୍ରାୟ ସମସ୍ତ ଫର୍ମାଟ୍‌ରେ ସର୍ବାଧିକ ସ୍କୋରର ରହିଥିବା ବିରାଟ୍ କୋହଲିଙ୍କୁ କିନ୍ତୁ ଆଇସିସି ନିଜ ଶ୍ରେଷ୍ଠ ଏକାଦଶରେ ସ୍ଥାନ ଦେଇନାହିଁ ।
ଏହି ୬ ଭାରତୀୟ ଖେଳାଳିଙ୍କ ବ୍ୟତୀତ ଆଫଗାନିସ୍ତାନର ୩ ଖେଳାଳି ଏବଂ ୱେଷ୍ଟଇଣ୍ଡିଜ ଏବଂ ଅଷ୍ଟ୍ରେଲିଆର ଜଣେ ଲେଖାଏ ଖେଳାଳି ଏହି ୧୧ ଜଣିଆ ଆଇସିସି ଦଳରେ ସ୍ଥାନ ପାଇଛନ୍ତି ।
ଆଇସିସି ନିଜ ଟପ୍ ୧୧ ଟିମ୍‌ରେ ରୋହିତ ଶର୍ମା ଏବଂ ଗୁରୁବାଜ ରେହମାନୁଲ୍ଲାଙ୍କୁ ଓପନର ଭାବେ ସ୍ଥାନିତ କରିଥିବା ଦେଖିବାକୁ ମିଳିଛି । ରୋହିତ ଭାରତ ପାଇଁ ସର୍ବାଧିକ ରନ୍ (୨୫୭ ରନ) ସ୍କୋର କରିଥିବାବେଳେ ଗୁରୁବାଜ ଟି-୨୦ ୱାର୍ଲ୍ଡକପ୍ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ସ୍କୋରର ଥିଲେ । ତୃତୀୟ ସ୍ଥାନରେ ଆଇସିସି ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ ନିକୋଲାସ ପୁରନ୍‌, ଚତୁର୍ଥ ସ୍ଥାନରେ ସୁର୍ଯ୍ୟକୁମାର ଯାଦବ ଅଛନ୍ତି । ଟି-୨୦ ୱାର୍ଲ୍ଡକପ୍ ଟୁର୍ଣ୍ଣାମେଣ୍ଟ ପରେ ଆଇସିସି ପକ୍ଷରୁ ଟିମ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ଘୋଷଣା କରାଯାଇଛି ।
ଆଇସିସି ପ୍ଲେଇଙ୍ଗ୍‌-୧୧: ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା,  ଅକ୍ଷର ପଟେଲ, ଜସପ୍ରୀତ ବୁମ୍‌ରା, ଅର୍ଶଦୀପ ସିଂହ (ସମସ୍ତେ ଭାରତୀୟ), ରହମାନୁଲ୍ଲା ଗୁରୁବାଜ, ରଶିଦ୍ ଖାନ, ଫଜଲହକ ଫାରୁକି (ଆଫଗାନିସ୍ତାନ), ମାର୍କସ ଷ୍ଟୋଇନିସ (ଅଷ୍ଟ୍ରେିଲଆ) ଏବଂ ନିକୋଲାସ ପୁରନ (ୱେଷ୍ଟ ଇଣ୍ଡିଜ୍‌) । ଦ୍ୱାଦଶ ଖେଳାଳି ଭାବେ ଆନ୍‌ରିକ୍ ନୋର୍ତଜେଙ୍କୁ ଆଇସିସି ଏହି ଟିମ୍‌ରେ ସ୍ଥାନ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking