24.4 C
Bhubaneswar
Tuesday, April 7, 2026
Homeଦେଶ ବିଦେଶବିସର୍ଜନ ସମୟରେ ବିଦ୍ୟୁତ ଆଘାତରେ ଜଳିଗଲେ ୬ ଭକ୍ତ

ବିସର୍ଜନ ସମୟରେ ବିଦ୍ୟୁତ ଆଘାତରେ ଜଳିଗଲେ ୬ ଭକ୍ତ

ମୁମ୍ବାଇ: ମୁମ୍ବାଇରେ ଗଣପତି ବିସର୍ଜନ ସମୟରେ ଏକ ଦୁଃଖଦ ଘଟଣା ଘଟିଛି। ସାକିନାକାର ଖୈରାନି ରୋଡରେ ଥିବା ଏସ.ଜେ. ଷ୍ଟୁଡିଓ ନିକଟରେ ଗଣପତି ବିସର୍ଜନ ଶୋଭାଯାତ୍ରା ସମୟରେ ଟାଟା ପାୱାରର ହାଇ-ଟେନସନ୍ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୬ ଜଣ ଭକ୍ତ ଜଳିଗଲେ। ଏମାନଙ୍କ ମଧ୍ୟରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ଏବଂ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ, ବିସର୍ଜନ ପାଇଁ ଯାଉଥିବା ଏକ ଗଣପତି ମଣ୍ଡପ ବିଦ୍ୟୁତ୍ ତାର ନିକଟରେ ପହଞ୍ଚିଯିବାରୁ ଏହି ଦୁର୍ଘଟଣା ଘଟିଥିଲା। ଏହି ସମୟରେ ପ୍ରବଳ ବିଦ୍ୟୁତ୍ ଆଘାତ ଯୋଗୁଁ ୬ ଜଣ ପୋଡ଼ି ଯାଇଥିଲେ।

ଦୁର୍ଘଟଣା ପରେ ତୁରନ୍ତ ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଯାଇଥିଲା। ଏମାନଙ୍କ ମଧ୍ୟରୁ ୫ ଜଣଙ୍କୁ ସାକିନାକାସ୍ଥିତ ପାରାମାଉଣ୍ଟ ହସ୍ପିଟାଲରେ ଏବଂ ଜଣଙ୍କୁ ସେଭେନ୍ ହିଲ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଦୁର୍ଘଟଣାରେ ଭିନୁ ଶିବକୁମାର ନାମକ ଜଣେ ଭକ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି, ବାକି ୫ ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି। ଏହି ଦୁର୍ଘଟଣାରେ ତୁଷାର ଗୁପ୍ତା (୧୮), ଧର୍ମରାଜ ଗୁପ୍ତା (୪୪), ଆରୁଷ ଗୁପ୍ତା (୧୨), ଶମ୍ଭୁ କାମି (୨୦), କରଣ କାନୋଜିଆ (୧୪) ଆହତ ହୋଇଛନ୍ତି। ସେମାନଙ୍କୁ ପାରାମାଉଣ୍ଟ ହସ୍ପିଟାଲର ଆଇସିୟୁରେ ଚିକିତ୍ସା କରାଯାଉଛି। ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking