14.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶନୂଆଦିଲ୍ଲୀରେ ବସିଛି ୫୬ତମ ଜିଏସଟି କାଉନସିଲ ବୈଠକ

ନୂଆଦିଲ୍ଲୀରେ ବସିଛି ୫୬ତମ ଜିଏସଟି କାଉନସିଲ ବୈଠକ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ବସିଛି ୫୬ତମ ଜିଏସଟି କାଉନସିଲ ବୈଠକ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ଉପରେ ସାରା ଦେଶର ଆଜି ନଜର ରହିଛି । ଜିଏସଟିରେ ହେବ କି ବଡ ଧରଣର ପରିବର୍ତ୍ତନ । ବଦଳିବ କି ଟିକସ ସ୍ଲାବ । ଉଚ୍ଛେଦ ହେବ କି ୧୨ ଏବଂ ୧୮ ପ୍ରତିଶତ ଟିକସ । ପୂର୍ୱରୁ ଜିଏସଟି ବୈଠକ ୧୨ ଏବଂ ୧୮ ପ୍ରତିଶତ ଟିକସ ଉଚ୍ଛେଦ ସହିତ ବିଳାସପୂଣ୍ଣ ସାମଗ୍ରୀ ଉପରେ ୪୪ ପ୍ରତିଶତ ଟିକସ ଲାଗୁ ନିମନ୍ତେ ପ୍ରସ୍ତାବ ଦିଆଯାଇଥିଲା । ଏ ସଂକ୍ରାନ୍ତରେ ଆଲୋଚନା କରାଯାଇ ସ୍ଲାବ ଉଠାଇବା ଉପରେ ନିଷ୍ପତ୍ତି   ନିଆଯାଇପାରେ ।  ବୈଠକ କାଯ୍ୟସୂଚୀରେ ୫ ପ୍ରତିଶତ   ଏବଂ ୧୮ ପ୍ରତିଶତ ଟିକସ  ହାର ସ୍ଥିର କରାଯିବା ନେଇ ପ୍ରସ୍ତାବ ରହିଛି । ବର୍ତ୍ତମାନ ପ୍ରଚଳିତ ୪ଟି ଜିଏସଟି ସ୍ଲାବ ହେଉଛି ୫ ପ୍ରତିଶତ ୧୨ ପ୍ରତିଶତ ୧୮ ପ୍ରତିଶତ ଏବଂ  ୨୮ ପ୍ରତିଶତ । ସୂଚନା ଅନୁସାରେ ଆଗକୁ କେବଳ ୫ ପ୍ରତିଶତ  ଏବଂ ୧୮ ପ୍ରତିଶତ ସ୍ଲାବ ରହିପାରେ । ୨୮ ପ୍ରତିଶତ ସ୍ଲାବରେ ଆସୁଥିବା ପ୍ରାୟ ୯୦ ପ୍ରତିଶତ  ସାମଗ୍ରୀ ୧୮ ପ୍ରତିଶତ ସ୍ଲାବକୁ ଆସିଯାଇପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking