17.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶଧର୍ମଘଟରେ ୫୫ ହଜାର ଡାକ କର୍ମଚାରୀ; ପୋଷ୍ଟାଲ ସେବା ପ୍ରଭାବିତ

ଧର୍ମଘଟରେ ୫୫ ହଜାର ଡାକ କର୍ମଚାରୀ; ପୋଷ୍ଟାଲ ସେବା ପ୍ରଭାବିତ

ଓଟାୱା: କାନାଡାରେ ଏବେ ଏକ ବଡ଼ ବିଷମ ପରିସ୍ଥିତି ଉତ୍ପନ୍ନ ହୋଇଛି। କାନାଡାରେ ପ୍ରାୟ ୫୫ହଜାର ଡାକ କର୍ମଚାରୀ ଏକସଙ୍ଗେ ଧର୍ମଘଟକୁ ଓହ୍ଲାଇଛନ୍ତି। ଯାହାଫଳରେ ସମଗ୍ର ଦେଶରେ ଏବେ ଡାକସେବା ପ୍ରଭାବିତ ହୋଇଛି। ସାଧାରଣ ଲୋକେ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଏହାର ଜବରଦସ୍ତ ପ୍ରଭାବ ପରିଲକ୍ଷିତ ହୋଇଛି। କାନାଡିଆନ ୟୁନିଅନ ଅଫ ପୋଷ୍ଟାଲ ୱାର୍କର୍ସ (ସିୟୁପିଡବ୍ଲ୍ୟୁ) ଦ୍ୱାରା ପ୍ରତିନିଧିତ୍ୱ କରୁଥିବା ପ୍ରାୟ ୫୫,୦୦୦ ଡାକ କର୍ମଚାରୀ ଶୁକ୍ରବାର ମଧ୍ୟରାତ୍ରି ପରେ ଦେଶବ୍ୟାପୀ ଧର୍ମଘଟ କରିଥିଲେ। ଏହି ଧର୍ମଘଟ ସମୟରେ ମେଲ ଏବଂ ପାର୍ସଲ ବିତରଣ କରାଯିବ ନାହିଁ ଏବଂ ଡାକଘର ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି କୁହାଯାଇଛି। ଡାକ କର୍ମଚାରୀମାନେ ପ୍ରତିଦିନ ସମ୍ମୁଖୀନ ହେଉଥିବା ସମସ୍ୟାର ପ୍ରକୃତ ସମାଧାନ ପାଇଁ ବୁଝାମଣା କରିବାକୁ ମନା କରି ଦେଇଛନ୍ତି। ସିୟୁପିଡବ୍ଲ୍ୟୁ କହିଛି ଯେ ଏହି ଧର୍ମଘଟ ହେଉଛି ଶେଷ ପନ୍ଥା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking