26.1 C
Bhubaneswar
Wednesday, February 11, 2026
Homeଓଡିଶାରାଜସ୍ଥାନର ମାଉଣ୍ଟିଆବୁ ଗସ୍ତ କରିଛନ୍ତି ଯାଜପୁରର ୫୪ ଜଣ କୃଷକ

ରାଜସ୍ଥାନର ମାଉଣ୍ଟିଆବୁ ଗସ୍ତ କରିଛନ୍ତି ଯାଜପୁରର ୫୪ ଜଣ କୃଷକ

ଯାଜପୁର: ରାଜସ୍ଥାନର ମାଉଣ୍ଟିଆବୁ ଗସ୍ତ କରିଛନ୍ତି ଯାଜପୁରର ୫୪ ଜଣ କୃଷକ । ରାଜ୍ୟ କୃଷି ବିଭାଗ ଏବଂ ଜିଲ୍ଲା କୃଷି ଅଧିକାରୀଙ୍କ ସହାୟତାରେ କାର୍ଯ୍ୟକାରୀ ହେଉଥ‌ିବା ବୃହତ ଉଠା ଜଳସେଚନ ପ୍ରକଳ୍ପ ଅଂଚଳରେ ଅଣଧାନ ଚାଷ କରାଯାଇ ପନିପରିବା, ଡାଲି ଜାତୀୟ ଫସଲ ଚାଷକୁ ଅଗ୍ରାଧିକାର ଦିଆଯାଉଛି। ଏହି ପ୍ରକଳ୍ପର ବରୀ ଓ ଯାଜପୁର ବ୍ଲକ ଅଞ୍ଚଳର ଅଗ୍ରଣୀ କୃଷକ କୃଷକମାନଙ୍କୁ ନେଇ ଉନ୍ନ‌ତ ଶିକ୍ଷାମୂଳକ ପରିଭ୍ରମଣରେ “ରାଜଯୋଗ ଏଜୁକେଶନ ଏଣ୍ଡ ରିସର୍ଚ ଫାଉଣ୍ଡେସନ’ ବ୍ରହ୍ମକୁମାରୀ, ରାଜସ୍ଥାନର ମାଉଣ୍ଟିଆବୁ ଗସ୍ତ କରିଛନ୍ତି । ଏହି ସଂସ୍ଥାରେ ଜୈବିକ ଓ ଆଧ୍ୟାତ୍ମିକ ପ୍ରଣାଳୀରେ କୃଷି ପ୍ରଶିକ୍ଷଣ ଦିଆଯିବ। ଏଥିପାଇଁ ଯାଜପୁର ଜିଲ୍ଲାରେ କାର୍ଯ୍ୟରତ ଦୁଇଟି ସଂସ୍ଥା ଆଦର୍ଶ ଓଡିଶା ଫାଉଣ୍ଡେଶନ ଏବଂ ଓଆଇଇଏସଡି ଅଧୀନରେ ବରୀ ଓ ଯାଜପୁର ବ୍ଲକର ମୋଟ ୫୪ ଜଣ କୃଷକ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଅବସରରେ ଯାଜପୁର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରୁ ଦୁଇଟି ବସ ମାଧ୍ୟମରେ କୃଷକମାନେ ଯାତ୍ରା କରିଛନ୍ତି। ସେମାନଙ୍କ ସହିତ ସହକାରୀ କୃଷି ଅଧିକାରୀ ଜ୍ୟୋତି ରଂଜନ ଦାସ, ଶୁଭସ୍ମିତା ସାମିଲ ହୋଇଥିବା ବେଳେ ପ୍ରକ ପ୍ରକଳ୍ପ ମ୍ୟାନେଜର ଶ୍ଵେତଞ୍ଜୟ ଦାସ, ଯାଜପୁର ବ୍ଲକ କୃଷି ଅଧିକାରୀ, ସ୍ଵେଚ୍ଛାସେବୀ ସଂଗଠନର ର ମୁଖ୍ୟ ଇଂ କାହ୍ନୁ ଚରଣ ବେଉରା, ରମେଶ ଚନ୍ଦ୍ର ସାହାଣୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ କୃଷକ ମାନଙ୍କୁ ବିଦାୟ ସମ୍ବଦ୍ଧନା ଜଣାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking