ଭୁବନେଶ୍ୱର: ରାଜ୍ୟ ବଜେଟ ଉପସ୍ଥାପନା କଲେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ । ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରାଯାଉଛି । ୩ ଲକ୍ଷ ୧୦ ହଜାର କୋଟିର ବଜେଟ ଉପସ୍ଥାପନା କରାଯାଇଛି । ଗତ ବର୍ଷ ତୁଳନାରେ ୬.୯ ପ୍ରତିଶତ ବୃଦ୍ଧି ହୋଇଛି । ଇନ-ଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର ପ୍ରୋଗ୍ରାମ ପାଇଁ ୧ ହଜାର କୋଟି ଟଙ୍କା ରହିଛି । ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନାରେ ୧୮୦ କୋଟି ଟଙ୍କା ବ୍ୟୟବରାଦ ରହିଛି । ମୁଖ୍ୟମନ୍ତ୍ରୀ ଆଡିବନ୍ଧ ଯୋଜନା ପାଇଁ ୨୮୦ କୋଟି ରହିଛି । ନଦୀ ପୁନରୁଦ୍ଧାର କାର୍ଯ୍ୟକ୍ର ସଞ୍ଜୀବନୀ ପାଇଁ ୧୦୦ କୋଟି ରହିଛି । ୩ ଲକ୍ଷ ୩୩ ହଜାର ହେକ୍ଟର ଜମିରେ ଜଳସେଚନ ଲକ୍ଷ୍ୟ ରଖାଯାଇଛି । ୨୦୨୯ ସୁଦ୍ଧା ୧୫ ହଜାର ହେକ୍ଟର ଜମିକୁ ଅତିରିକ୍ତ ଜଳସେଚନ ଲକ୍ଷ୍ୟ କରାଯାଇଛି ।










