31.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଉତ୍ତରାଖଣ୍ଡରେ ଭାସିଗଲା ଅସ୍ଥାୟୀ କାଠ ପୋଲ, ଫସିଛନ୍ତି ୫୦ ତୀର୍ଥଯାତ୍ରୀ

ଉତ୍ତରାଖଣ୍ଡରେ ଭାସିଗଲା ଅସ୍ଥାୟୀ କାଠ ପୋଲ, ଫସିଛନ୍ତି ୫୦ ତୀର୍ଥଯାତ୍ରୀ

ଡେରାଡୁନ : ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ । ପ୍ରବଳ ବର୍ଷା ପ୍ରଭାବରେ ଭାସିଗଲା ଅସ୍ଥାୟୀ କାଠ ପୋଲ । ଉତ୍ତରାଖାଣ୍ଡରେ ମଦମହେଶ୍ୱର ମନ୍ଦିର ନିକଟରେ ଅତି କମରେ ୫୦ ଜଣ ତୀର୍ଥଯାତ୍ରୀ ଏବଂ ସ୍ଥାନୀୟ ଲୋକ ଫସି ରହିଥିବା ଜଣାପଡ଼ିଛି। ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ ହେଉଛି। ଅଧିକାରୀଙ୍କ କହିବାନୁସାରେ, ମାର୍କଣ୍ଡ ନଦୀ ଉପରେ ନିର୍ମିତ ଏକ ଅସ୍ଥାୟୀ କାଠ ବ୍ରିଜ୍ ଭାସିଯିବାରୁ ମନ୍ଦିରକୁ ଯିବା ଆସିବାରେ ବାଧା ସୃଷ୍ଟି ହୋଇଛି। ୧୧,୪୭୩ ଫୁଟ ଉଚ୍ଚରେ ଅବସ୍ଥିତ ମଦମହେଶ୍ୱର ମନ୍ଦିର। ଏହି ମନ୍ଦିର ଉତ୍ତରାଖଣ୍ଡର ପଞ୍ଚ କେଦାର ଗୋଷ୍ଠୀର ଏକ ଅଂଶ। ତେବେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଜଳମଗ୍ନ ସ୍ଥିତି ଉପୁଜିଛି। ରାଜସ୍ୱ ପୋଲିସ ଦଳ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଯାଇ କ୍ଷୟକ୍ଷତିର ଆକଳନ କରାଯାଉଛି। ତେବେ ଲୋକଙ୍କୁ ନଦୀଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଛନ୍ତି ଅଧିକାରୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking