28.1 C
Bhubaneswar
Wednesday, April 1, 2026
Homeଦେଶ ବିଦେଶଭୋପାଳରେ ତାଲିମ ନେବେ ୫୦ ବାଂଲାଦେଶୀ ବିଚାରପତି; ଖର୍ଚ୍ଚ ବହନ କରିବେ ଭାରତ ସରକାର

ଭୋପାଳରେ ତାଲିମ ନେବେ ୫୦ ବାଂଲାଦେଶୀ ବିଚାରପତି; ଖର୍ଚ୍ଚ ବହନ କରିବେ ଭାରତ ସରକାର

ଢାକା: ବାଂଲାଦେଶର ପ୍ରାୟ ୫୦ଜଣ ନ୍ୟାୟିକ ଅଧିକାରୀ (ବିଚାରପତି) ଭାରତରେ ତାଲିମ୍ ନେବେ। ଏଭଳି ଏକ ରିପୋର୍ଟ ସାମ୍ନାକୁ ଆସିଛି। ବାଂଲାଦେଶର ଏହି ୫୦ ବିଚାରପତି ମଧ୍ୟପ୍ରଦେଶର ଭୋପାଳରେ ଥିବା ଜାତୀୟ ଜୁଡିସିଆଲ୍ ଏକାଡେମୀ ଏବଂ ରାଜ୍ୟ ଜୁଡିସିଆଲ୍ ଏକାଡେମୀ ଅଧୀନରେ ୧୦ ଦିନିଆ ତାଲିମ ନେବେ। ଏହି ବିଚାରପତିମାନେ ଫେବୃଆରୀ ୧୦ରୁ ଫେବୃଆରୀ ୨୦ ପର୍ଯ୍ୟନ୍ତ ତାଲିମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏଥିପାଇଁ ସେମାନେ ଭାରତ ଆସୁଛନ୍ତି। ଭାରତ ସରକାରଙ୍କ ଆଇନ ମନ୍ତ୍ରଣାଳୟ ଏନେଇ ଅନୁମୋଦନ କରିଥିବା ସୂଚନା ମିଳିଛି। ସବୁଠୁ ବଡ଼କଥା ହେଉଛି ବାଂଲାଦେଶର ଏହି ୫୦ ବିଚାରପତିଙ୍କ ଭାରତ ଆସିବା ଏବଂ ଏଠାରେ ରହିବା ତଥା ତାଲିମ୍ ଗ୍ରହଣ ବାବଦକୁ ହେବାକୁ ଥିବା ଖର୍ଚ୍ଚ ଭାରତ ସରକାର ବହନ କରିବେ। ଏଥିପାଇଁ ବାଂଲାଦେଶ କୌଣସି ଅର୍ଥ ଖର୍ଚ୍ଚ କରିବ ନାହିଁ ବୋଲି ସ୍ପଷ୍ଟ ହୋଇଛି। ଭାରତ-ବାଂଲାଦେଶ ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ ଜାରି ରହିଥିବା ବେଳେ ବାଂଲାଦେଶର ଏକ ୫୦ଜଣିଆ ନ୍ୟାୟପାଳକ ଭାରତ ଆସିବା ଭଳି ସମ୍ବାଦ ସାମ୍ନାକୁ ଆସିଛି।

ସୁପ୍ରିମକୋର୍ଟଙ୍କ ପରାମର୍ଶକୁ ଦୃଷ୍ଟିରେ ରଖି ଆଇନ ମନ୍ତ୍ରଣାଳୟ ଏହି ଅନୁମତି ଦେଇଛି ବୋଲି ଜଣାପଡିଛି। ପ୍ରକାଶ, ଏହି ୫୦ଜଣ ବାଂଲାଦେଶୀ ବିଚାରପତିଙ୍କ ଦଳରେ ସହକାରୀ ବିଚାରପତି, ସିନିୟର ଆସିଷ୍ଟାଣ୍ଟ ଜଜ୍‌, ଯୁଗ୍ମ ଜିଲ୍ଲା ତଥା ସେସନ୍ସ ଜଜ୍‌, ଅତିରିକ୍ତ ଜିଲ୍ଲା ତଥା ସେସନ୍ସ ଜଜ୍‌, ଜିଲ୍ଲା ଏବଂ ସେସନ୍ସ ଜଜ୍ ଏବଂ ସମାନ ପଦବୀର ଅଧିକାରୀମାନେ ସାମିଲ ଅଛନ୍ତି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଶେଖ ହସିନା ଗତ ୨୦୨୪ ବର୍ଷ ଅଗଷ୍ଟ ୫ରେ ନୂଆଦିଲ୍ଲୀକୁ ପଳାଇ ଆସିବା ପରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇ ଯାଇଥିଲା। ବାଂଲାଦେଶ ଶେଖ୍ ହସିନାଙ୍କ ପ୍ରତ୍ୟର୍ପଣ ଦାବି କରୁଥିବା ବେଳେ ଭାରତ ପକ୍ଷରୁ ଏନେଇ ବିଶେଷ ଗୁରୁତ୍ୱ ଦିଆଯାଇନାହିଁ। ଏସବୁ ମଧ୍ୟରେ ବାଂଲାଦେଶ ସରକାର ଆଉଥରେ ଏନେଇ ଭାରତ ସରକାରଙ୍କୁ ରିମାଇଣ୍ଡର ନୋଟିସ୍ ପଠାଇବେ ବୋଲି ଜଣାପଡିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking