28.1 C
Bhubaneswar
Thursday, September 19, 2024
Homeଓଡିଶାମେଜରଙ୍କୁ ମାଡ଼ ଘଟଣାରେ ୫ ପୋଲିସ ନିଲମ୍ବିତ

ମେଜରଙ୍କୁ ମାଡ଼ ଘଟଣାରେ ୫ ପୋଲିସ ନିଲମ୍ବିତ

ଭୁବନେଶ୍ୱର : ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣାରେ ୫ ପୋଲିସ ନିଲମ୍ବିତ। ଏହି ୫ ପୋଲିସ କର୍ମଚାରୀଙ୍କ ବିରୋଧରେ ଡିଜିପିଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଭରତପୁର ଥାନାର ପୂର୍ବତନ ଆଇଆଇସି ଦିନକୃଷ୍ଣ ମିଶ୍ରଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି। ଏସ୍‌ଆଇ ବୈଶାଳିନୀ ପଣ୍ଡା, ଏଏସ୍‌ଆଇ ସଲିଳମୟୀ ସାହୁ ଓ ସାଗରିକା ରଥଙ୍କୁ ସସ୍‌ପେଣ୍ଡ କରାଯାଇଛି। କନେଷ୍ଟବଳ ବଳରାମ ହାଁସଦା ମଧ୍ୟ ନିଲମ୍ବିତ ହୋଇଛନ୍ତି। ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ଥାନାରେ ନିର୍ଯାତନା ଘଟଣାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଜଣାପଡ଼ିଛି। ପୂର୍ବରୁ ଆଇଆଇସି, ଜଣେ ଏଏସ୍‌ଆଇ ଓ କନେଷ୍ଟବଳଙ୍କୁ ବଦଳି କରାଯାଇଥିଲା।

ସୂଚନାଯୋଗ୍ୟ, ଗତ ଶନିବାର ବିଳମ୍ବିତ ରାତିରେ ଗୁରୁବଂଶ ପଟିଆରୁ ବାନ୍ଧବୀଙ୍କ ସହ କାରରେ ଯାଉଥିଲେ। ମଝି ରାସ୍ତାରେ ୨ଟି କାରରେ କିଛି ରୋଡ୍‌ ରୋମିଓ ଆସି ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ଏ ସଂପର୍କରେ ଅଭିଯୋଗ କରିବା ପାଇଁ ସେ ଭରତପୁର ଥାନାକୁ ଯାଇଥିଲେ। ପିସିଆର ପଠାଇ ରୋଡ୍‌ ରୋମିଓଙ୍କୁ ଧରିବା ପାଇଁ ନିବେଦନ କରିଥିଲେ ଗୁରୁବଂଶ ଓ ତାଙ୍କ ବାନ୍ଧବୀ। କିନ୍ତୁ ପୁଲିସ୍ ରୋଡ୍‌ ରୋମିଓଙ୍କୁ ଧରିବ କ’ଣ ପ୍ରଥମେ ଲିଖିତ ଏତଲା ଦାବି କରିଥିଲା। ଏହାକୁ ନେଇ ପୁଲିସ ଓ ସେନା ଅଧିକାରୀଙ୍କ ମଧ୍ୟରେ ଲାଗିଥିଲା ଯୁକ୍ତିତର୍କ। ତାହାରି ଭିତରେ ଗୁରୁବଂଶଙ୍କୁ ରାତିତମାମ୍‌ ଲକ୍‌ଅପ୍‌ରେ ରଖିଥିଲା ପୁଲିସ୍‌। ତାଙ୍କ ବାନ୍ଧବୀଙ୍କୁ ଉପସ୍ଥିତ ପୁଲିସ କର୍ମଚାରୀ ଦୁର୍ବ୍ୟବହାର କରିବା ସହ ମାଡ଼ ମାରି ଲହୁଲୁହାଣ କରିଥିବା ଗୁରୁବଂଶ ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking