26.1 C
Bhubaneswar
Friday, July 5, 2024
Homeଓଡିଶାସୁରକ୍ଷାକର୍ମୀଙ୍କ ଗୁଳିରେ ୫ ମାଓବାଦୀ ସଫା

ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ମାଓବାଦୀ ସଫା

ମାଲକାନଗିରି : ଛତିଶଗଡ଼ ନାରାୟଣପୁରରେ ପୋଲିସ ସହ ଗୁଳି ବିନିମୟରେ ମଙ୍ଗଳବାର ୫ ମାଓବାଦୀ ନିହତ ହୋଇଛନ୍ତି । ଛତିଶଗଡ଼ ନାରାୟଣପୁର ଜିଲା ଅବୁଝମାଡର ଘାମାଣ୍ଡି ଏବଂ କୁରେଭାଇ ଗ୍ରାମ ମଧ୍ୟରେ ଛତିଶଗଡ଼ର ୪ ଜିଲାରୁ ୧୦୦ରୁ ଊର୍ଦ୍ଧ୍ୱ ଏସ୍‌ଟିଏଫ୍‌, ଡିଆର୍‌ଜି ଓ ସିଆର୍‌ପିଏଫ୍ ଯବାନ ଓ ସ୍ଥାନୀୟ ପୋଲିସ ପକ୍ଷରୁ ଗତ ୩୦ ତାରିଖରୁ ତଲାସି ଆରମ୍ଭ କରିଥିଲେ । ଏହି ଅଭିଯାନ ୨ ଦିନ ଧରି ଜାରି ରହିଥିବା ବେଳେ ମଙ୍ଗଳବାର ଜଙ୍ଗଲରେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ମାଓବାଦୀମାନେ ଯବାନଙ୍କୁ ଦେଖି ଗୁଳି ଚାଳନା କରିଥିବା ବେଳେ ପୋଲିସ ପକ୍ଷରୁ ମଧ୍ୟ ପାଲଟା ଆକ୍ରମଣ ହୋଇଥିଲା । ଦୀର୍ଘ ସମୟ ଧରି ଗୁଳି ବିନିମୟ ଜାରି ରହିଥିବା ବେଳେ ସେଥିରେ ୫ ମାଓବାଦୀ ନିହତ ହୋଇଥିବା ଏବଂ ବହୁ ଆହତ ହୋଇଥିବା ସୂଚନା ମିଳିଛି । ଯବାନମାନେ ଫେରିବା ପରେ ସମସ୍ତ ତଥ୍ୟ ଜଣାପଡ଼ିବ ବୋଲି କୁହାଯାଇଛି । ଏହାସହ ଗୁଳି ବିନିମୟରେ କୌଣସି ଯବାନ ଆହତ ହୋଇ ନ ଥିବା ବସ୍ତର ଆଇଜି ସୁନ୍ଦର ରାଜ ପି. ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking