24.1 C
Bhubaneswar
Friday, February 6, 2026
Homeଓଡିଶା୩ ବର୍ଷରେ ୫ ଲକ୍ଷ ଲୋକଙ୍କୁ ମିଳିବ ଘର : ମନ୍ତ୍ରୀ

୩ ବର୍ଷରେ ୫ ଲକ୍ଷ ଲୋକଙ୍କୁ ମିଳିବ ଘର : ମନ୍ତ୍ରୀ

ଭୁବନେଶ୍ୱର: ମଇ ମାସ ଶେଷ ଯାଏ ଚାଲିବ ଆବାସ ସର୍ଭେ। ପ୍ରଥମ ପର୍ଯ୍ୟାୟରେ ୬୦ ହଜାର ହିତାଧିକାରୀଙ୍କୁ ସାମିଲ କରାଯାଇଥିଲା। ଏବେ ସୁଦ୍ଧା ୨୯ ଲକ୍ଷ ହିତାଧିକାରୀ ସର୍ଭେରେ ଯୋଡ଼ି ହୋଇଛନ୍ତି। ଆସନ୍ତା ୩ ବର୍ଷରେ ୫ ଲକ୍ଷ ଲୋକଙ୍କୁ ଘର ମିଳିବ। କେବଳ ମଇ ମାସରେ ଆଉ ଲକ୍ଷେ ଘର ବାଣ୍ଟିବେ ରାଜ୍ୟ ସରକାର। ଶୁକ୍ରବାର ଏହି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଭଳି ଅନ୍ତ୍ୟୋଦୟ ଯୋଜନାରେ ରାଜ୍ୟ ସରକାର ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦିଆଯାଉଛି। ଏହି ଯୋଜନାରେ ଅନ୍ୟୁନ ୨ ଲକ୍ଷ ୨୫ ହଜାର ନୂତନ ପକ୍କାଘର ନିର୍ମାଣ ହେବ। ଏନେଇ ଧାର୍ଯ୍ୟ ୩ ବର୍ଷରେ ନିର୍ମାଣ ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ୨୫ ମିଟର ପରିଧି ବିଶିଷ୍ଟ ପ୍ରତି ଘର ନିର୍ମାଣ ନିମନ୍ତେ ହିତାଧିକାରୀଙ୍କୁ ମିଳିବ ୧ ଲକ୍ଷ ୨୦ ହଜାର ଟଙ୍କାର ଆର୍ôଥକ ସହାୟତା। ଅନ୍ତ୍ୟୋଦୟ ପାଇଁ ୭ ହଜାର ୫୫୦ କୋଟି ଟଙ୍କା ବ୍ୟୟବରାଦ କରାଯିବ।

ମନ୍ତ୍ରୀ କହିଛନ୍ତି, ଅନ୍ତ୍ୟୋଦୟ ଯୋଜନାରେ ପରିବାରରେ ସଂଜ୍ଞାକୁ ସରଳୀକରଣ କରାଯାଇଛି। ଆଜବେଷ୍ଟସ୍‌, ଟିଣ, ଟାଇଲ୍ ଛାତ ଘରକୁ କଚ୍ଚାଘର ରୂପେ ବିବେଚନା କରାଯାଇଛି। କେବଳ ସିମେଣ୍ଟ ଯୋଡ଼େଇ କାନ୍ଥ ସହିତ ଆର୍‌ସିସି ଛାତକୁ ପକ୍କ୍‌ା ଘରର ମାନ୍ୟତା ପ୍ରଦାନ କରାଯାଇଛି। ସେମିତି ପରିବାର ସଜ୍ଞା ବି ବଦଳିଛି। ଏହା ଅର୍ଥ ସ୍ୱାମୀ, ସ୍ତ୍ରୀ ଓ ନିର୍ଭରଶୀଳ ପିତାମାତା ଓ ସନ୍ତାନ ରହିଛି। ଏହା ଦ୍ୱାରା ସୃଷ୍ଟି ହେଉଥିବା ନୂଆ ପରିବାର ଯୋଜନାରେ ଉପକୃତ ହେବେ। ଏହା ସହିତ ଶାରୀରିକ ଅକ୍ଷମ, ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ, ପଦ୍ମଶ୍ରୀ ଭଳି ପୁରସ୍କାରପ୍ରାପ୍ତ ବ୍ୟକ୍ତିଙ୍କୁ ଏଥିରେ ସାମିଲ କରାଯାଉଛି। ସମାଜର ଦୁର୍ବଳଶ୍ରେଣୀ ବର୍ଗର ଲୋକମାନଙ୍କୁ ପକ୍କା ଘର ଯୋଗାଇ ଦେଇ ସେମାନଙ୍କ ଜୀବନଧାରଣର ମାନ ପରିବର୍ତ୍ତନ କରିବା ଅନ୍ତୋଦ୍ୱୟ ଗୃହ ଯୋଜନାର ମୂଳ ଲକ୍ଷ୍ୟ। କୌଣସି କାରଣରୁ ପିଏମ୍ ଆବାସରୁ ବଞ୍ଚିତ ହେଉଥିବା ଏହି ଯୋଗ୍ୟ ହିତାଧିକାରୀ ଘର ନଥିବା କାରଣରୁ ରାଜ୍ୟ ସରକାର ଅନ୍ତ୍ୟୋଦୟ ଯୋଜନାରେ ପକ୍କା ଘର ଯୋଗାଇଦେବେ। ଯେମିତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଗୁଆ ଘର ସାରିଲେ ‘ବୋନସ୍‌’ ବ୍ୟବସ୍ଥା ରହିଛି, ଅନ୍ତ୍ୟୋଦୟରେ ବି ମିଳିବ। ସରକାର ୪ ମାସ ମଧ୍ୟରେ ଘର କାର୍ଯ୍ୟ ସରିଲେ ୨୦ ହଜାର, ୬ ମାସରେ ଘର କଲେ ୧୦ ହଜାର ଟଙ୍କା ବୋନସ୍ ଦେବେ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking